June 13, 2026

ଶ୍ରୀଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜାର ୧୮ତମ ବାର୍ଷିକ ଉତ୍ସବ ମହାଡ଼ମ୍ବର ରେ ପାଳନ କରାଯାଇଛି

IMG-20251012-WA0001
Share

ପୁରୀ ବାଲିଘାଟ ଜାଗେଶ୍ୱରି ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ଦିନରେ ଆକର୍ଷଣ ସାଜିଛି ନାଭିଆ ଜେଟି ଓ ତାଙ୍କ ଗ୍ରୁପ ସଦସ୍ୟଙ୍କ ମନ୍ତ୍ର ମୁଗ୍ଧ ସଂଗୀତ ଫସିଗଲା ଅଭିମନ୍ୟୁ ଫସିଗଲା ରେ ଓ ସଙ୍ଗିନୀ ରେ ରାସ ରଙ୍ଗିନୀରେ ଝୁମିଥିଲେ ଦର୍ଶକ | ଆଜିର କାର୍ଯ୍ୟକ୍ରମର

ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୁପେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ,

ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସାଂସଦ ଙ୍କ ପ୍ରତିନିଧି ମୁନିସିପାଲିଟି ରବି ଦାସ, ଜିଲ୍ଲା ଯୁବ ମୋର୍ଚା ବିଜେପି ସଭାପତି ଜୟନ୍ତ ଦାସ,ଜିଲ୍ଲା ବିଜେପି ଯୁବ ମୋର୍ଚା ଜ଼ିଲ୍ଲା ସମ୍ପାଦକ ସଂଗ୍ରାମ ପରିଡା | ପୂର୍ବତନ ସାଧାରଣ ସମ୍ପାଦକ ସହରାଞ୍ଚଳ ସଂଗ୍ରାମ କାନୁନଗୋ | ପୂର୍ବତନ ପୌର ସଦସ୍ୟ ବାବୁଲା ପ୍ରସାଦ ଜିଲ୍ଲା ସାଧାଣ ସମ୍ପାଦକ ଉମାକାନ୍ତ ନାୟକ, ବିଜେପି ସଦସ୍ୟ ସର୍ବେଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed