ଉମରକୋଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର,ନବରଙ୍ଗପୁର, ଠାରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଟିତ………

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା କୁ ଭରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଠାରେ ଦେଶର ସମସ୍ତ କୃଷକ ମାନଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ l ଏହି ପରିପ୍ରେକ୍ଷୀରେ ଉମରକୋଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ନବରଙ୍ଗପୁର ଠାରେ ବୈଠକ ଗୃହରେ କୃଷି ବୈଜ୍ଞାନିକ ଶ୍ରୀ ରୁଦ୍ର ପ୍ରସନ୍ନ ମହାଲୀକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଉମରକୋଟ ଅଞ୍ଚଳର ବହୁ କୃଷକ ମାନେ ଯୋଗ ଦେଇଥିଲେ l ପ୍ରଥମେ କୃଷକ ମାନେ ପ୍ରଧାନମନ୍ତ୍ରୀ ଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଜନାର ଶୁଭାରମ୍ଭ ସହ କୃଷକଙ୍କ ଉଦ୍ଦେଶ୍ୟରେ ଦେଇ ଥିବା ବାର୍ତ୍ତା କୁ ଶୁଣିଥିଲେ l ଏହାପରେ ଉପସ୍ଥିତ କୃଷକ ମାନଙ୍କୁ ନେଇ ଏକ ସଭା କାର୍ଯ୍ୟ ଅନୁଷ୍ଟିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ସାହୁ ଏବଂ ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ଓ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ସୋନା ମାଝି ଓ ଉମରକୋଟ ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରl ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଶୁଭ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅନୁଷ୍ଠାନର କୃଷି ଯାନ୍ତ୍ରିକ ବିଶେଷଜ୍ଞ ସ୍ଵାଗତିକା ମଲ୍ଲିକ ଓ ଫାର୍ମ ମ୍ୟାନେଜର୍ ବୀଣାପାଣି ତରାଇ l ଉପସ୍ଥିତ ଅତିଥି ମାନେ ଉଦବୋଧନ ରେ ଆଜିର ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷକ ଯୋଜନା ଦ୍ୱାରା ଦେଶର ସମସ୍ତ ଚାଷୀ ଫସଲ ଉତ୍ପାଦନରେ ଦ୍ୱିଗୁଣ କିପରି କରିପାରିବେ ଓ ନିଜେ ସମସ୍ତ ଚାଷୀ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ଏବଂ ଅନ୍ୟ ରାଜ୍ୟ ମାନକୁ ନିର୍ଭର ନକରି ନିଜେ ଷସ୍ୟ ଉତ୍ପାଦନ ସହ କିପରି ଅଣ୍ଡା, ମାଛ, କୁକୁଡା ଚାଷ, ଡାଲି ଜାତୀୟ ଫସଲ ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l ଜମିର ଅଧିକ ପରିମାଣରେ ଫର୍ଟିଲାଇଜର, ଇଉରିଆ ସାର ବ୍ୟବହାର ନକରି ଜୈବିକ ଖତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଶର ଶହେ ଗୋଟି ଜିଲ୍ଲାରେ କାର୍ଯ୍ୟ କ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ପରେ ଅନ୍ୟ ଜିଲ୍ଲା ମନକୁଂ ସାମିଲ କରିବା ପାଇଁ ଲକ୍ଷ ରଖାଯାଇଛି l ଯୋଜନା ନିମନ୍ତେ ଭାରତ ସରକାର ଚାଷୀ ମାନଙ୍କ ଉଦ୍ୟସରେ ବୈଳାସୀ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି l ଏହି ଯୋଜନା ଛଅ ବର୍ଷ ନିମନ୍ତେ କାର୍ଯ୍ଯ କରିବା ନିମନ୍ତେ ହାତକୁ ନିଆଯାଇଛି l ଭରତ ଏଜ କୃଷି ବହୁଳ ଦେଶ ତେଣୁ କୃଷକ ମାନେ ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ପାଇଁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଲକ୍ଷ୍ୟ , 2047 ମସିହା ବେଳକୁ ଭାରତ ଦେଶ ଏକ ବିକଶିତ ଓ ସମୃଦ୍ଧି ରାଷ୍ଟ୍ର ଭାବେ ପରିଗଣିତ କରିବାକୁ କୃଷକ ମାନକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି l ଏହି ଅବସରରେ ସହର ବୁଦ୍ଧିଜିବୀ ଶ୍ରୀ ପ୍ରଭାତ ନାୟକ, ଗୋପିନାଥ ସାହୁ, ଅଶୋକ ସାହୁ, ସନ୍ତୋଷ ଶର୍ମା, ସୁଦେବ ନନ୍ଦୀ, ଶ୍ରୀନିବାସ ,ଦୁଖାଲୁ ମେହେର ଙ୍କ ସହ କୃଷି ବିଜ୍ଞାନ କେନ୍ଦ୍ର ର କର୍ମଚାରୀ ଓ ବହୁ ଚାଷୀ ଉପସ୍ଥିତ ଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପୋକ ଓ ରୋଗ ବିଶେଷଜ୍ଞ ଡ. ରୁଦ୍ର ପ୍ରସନ୍ନ ମହାଲୀକ l
