June 12, 2026

ବରିଷ୍ଠ ନାଗରିକ ପରିଷଦ, ଛତ୍ରପୁର ର ପ୍ରଥମ ବୈଠକ ଅନୁଷ୍ଠିତ

IMG-20251011-WA0136
Share

 

ଛତ୍ରପୁର ତା ୧୧/୧୦/୨୫(ଅରୁଣ କୁମାର ପଣ୍ଡା) ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଏକାଡେମୀ ମହାବିଦ୍ୟାଳୟ, ଛତ୍ରପୁର ଠାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ଚୌଧୁରୀ ଏବଂ ଶ୍ରୀଯୁକ୍ତ ପ୍ରଫୁଲ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ପରିଷଦ, ଛତ୍ରପୁରର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ଅଶୋକ ଚୌଧୁରୀ ସଭାପତି ଭାବେ ମନୋନୀତ ହୋଇଥିଲେ l ଶ୍ରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ବଡ଼ତ୍ୟା, ନିରଞ୍ଜନ ତ୍ରିପାଠୀ ଉପଦେଷ୍ଟା ଭାବେ ଏବଂ ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ଡ଼ଃ. ରାଜେନ୍ଦ୍ର କୁମାର ଦାସ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, କୈଳାସ ଚନ୍ଦ୍ର ପଲାଇ,ସୋମନାଥ ସାହୁ, ଭବାନୀକାନ୍ତ ପଟ୍ଟନାୟକ, ନରେନ୍ଦ୍ର କୁମାର ପଣ୍ଡା, କାଳୁ ଚରଣ ତ୍ରିପାଠୀ, ଯତିରାଜ ନାୟକ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିଲେ l ଛତ୍ରପୁର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଜିଲ୍ଲା ପ୍ରଶାସନ ପାଖରେ ଅବଗତ କରାଇ ଏହାର ତୁରନ୍ତ ସମାଧାନ ନିମନ୍ତେ ନିବେଦନ କରିବାରେ ପ୍ରାଥମିକତା ଦେବାପାଇଁ ବୈଠକ ରେ ସ୍ଥିର କରାଯାଇଥିଲା l

You may have missed