April 27, 2026

ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର୍ ସ୍ତରୀୟ ସୁରଭି -୨୦୨୫ ଅନୁଷ୍ଠିତ

IMG-20251011-WA0135
Share

 

 

 

ଆଜି ଶନିବାର ପୂର୍ବାହ୍ନ ୧୦ଟାରୁ ସନ୍ଦ୍ୟା ୫ଟା ପର୍ଯ୍ୟନ୍ତ ଅତାବିରା ବ୍ଲକ ପାହାଡଶ୍ରୀଗିଡା କ୍ଲଷ୍ଟର୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସିଆରସିସି ଶ୍ରୀ ସୁବାଷ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ପ୍ରବୀଣା ସୁନା ଙ୍କ ସଭାପତିତ୍ବରେ କ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି |ଏହି କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ, ସର୍ବକନିଷ୍ଠ ବିଭାଗରେ ଛାତ୍ରଛାତ୍ରୀମାନେ ଅ°ଶଗ୍ରହଣକରି ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ବକ୍ତୃତା, କୁଇଜ୍,ସୃଜନାତ୍ମକ ଲିଖନ, ହସ୍ତାକ୍ଷର ଲିଖନ,ଗଣିତ ଦୌଡ଼, ଗଣିତ କୁଇଜ୍,ଗଳପକଥନ, ଶିଳ୍ପକଳା, ଚିତ୍ରକଳା,ସ°ଗୀତ, ନୃତ୍ୟ ଆଦି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା | ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ଭୋଇ ଅତିଥି ପରିଚୟ ପ୍ରଦାନ , ସିଆରସିସି ଶ୍ରୀ ସୁବାଷ ମହାନନ୍ଦ ସୁରଭି କାର୍ଯକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଶ୍ରୀ ରାଜେଶ ପଟେଲ ଓ ଜିତୁ ମହାନନ୍ଦ ମଞ୍ଚ ପରିଚାଳନା କରୁଥିଲେ | ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ସାହୁ, ମୁଖ୍ୟ ଅତିଥି ରୂପେ ସରପଞ୍ଚ ଅମଲିପାଲି ଗ୍ରାମପଞ୍ଚାୟତ ଶ୍ରୀମତୀ ସୁନନ୍ଦା ବିଶ୍ବିଲ, ସମ୍ମାନିତ ଅତିଥି ରୂପେ ପରିଚାଳନା କମିଟି ସଭାପତି ଶ୍ରୀ ଅଶୋକ କୁମାର ସାହୁ, ପାହାଡ଼ଶ୍ରୀଗିଡା କେନ୍ଦ୍ର ପଣ୍ଡିତ ଶ୍ରୀ ସୁଶୀଲ କୁମାର ସେଟ୍ ମଞ୍ଚାସିନ ଥିଲେ | ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅ°ଶଗ୍ରହଣ କରିଥିଲେ |କାର୍ଯ୍ୟକ୍ରମରେ କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ତଥା ସହଯୋଗ କରିଥିଲେ ଅମଲିପାଲି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ଯା.. ଉକ୍ତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରିକୁନାଥ ଦାସ, ଶ୍ରୀ ଗୁଣମଣି ଲୁହା, ଶ୍ରୀ ସ°ଜୟ ଭୋଇ, ଶ୍ରୀ ରାକେଶ କୁମାର ଧାରୁଆ, ଶିକ୍ଷୟିତ୍ରୀ ଶ୍ରୀମତୀ ଗିରିଜା ପ୍ରଧାନ, ଶ୍ରୀମତୀ ରୀତା ପ୍ରଧାନ, ସୁଶ୍ରୀ ଗୀତା ପ୍ରଧାନ ତଥା ଶ୍ରୀ ମଧୁସୂଦନ ରଣା ଓ ଶ୍ରୀ ତୁଲାରାମ ପଟେଲ ଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସାଫଲ୍ଯ ଲାଭ କରିଥିଲା | ସ°ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବରେ ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀମତୀ ପଙ୍କଜିନୀ ଟପ୍ , ଶ୍ରୀ ଶିବଶଙ୍କର ମେହେର ଓ ଶ୍ରୀମତୀ ଗୋପିକା ସେଟ୍ କାର୍ଯ୍ୟ ତୁଲାଇଥିଲେ | ସମସ୍ତ ବିଭାଗର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିବେ | ପରିଶେଷରେ ଶିକ୍ଷକ ଶ୍ରୀ ଜୟଦେବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |