April 28, 2026
IMG-20240912-WA0030
Share

କାଶୀନଗର ସହର ମଧ୍ୟରେ ଥିବା ବିଭିନ୍ନ ଛକ ମାନଙ୍କରେ ଅଗ୍ରପୂଜ୍ୟ ଶ୍ରୀ ଗଣନାଥଙ୍କ ମହା ଆଡମ୍ବର ସହକାରେ ପୂଜା ଅନୁଷ୍ଠିତ ହୋଇଥିଲା. କାଶୀନଗର ଫୋରେଷ୍ଟ ଛକ ପୂଜା କମିଟି ବିସର୍ଜନ ଦିନ ପ୍ରାୟ 3ହଜାର ଶ୍ରଦ୍ଧାଳୁ ଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରି ଥିଲେ . କାଶୀନଗର ଯେ ହେତୁ ଗୋଟେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଗଣେଶଙ୍କ ହାତରେ ଥିବା ଲଡ଼ୁକୁ ନିଲାମ କରାଯାଇଥାଏ. ଏହି ନିଲାମ ଲଡ଼ୁ ଯେ ଅଧିକା ଟଙ୍କା ନିଲାମରେ ଡ଼ାକିବ ସେ ନେବ ଏବଂ ତାର ମନସ୍କାମନା ପ୍ରଭୂ ଶ୍ରୀ ଗଣେଶ ପୂର୍ଣ୍ଣ କରିଥାନ୍ତି. ଏହି ପରିପ୍ରେକ୍ଷୀରେ କାଶୀନଗର ଫୋରେଷ୍ଟ ଛକର ଲଡ଼ୁ ନିଲାମ 40,000 ଟଙ୍କା ଓ ବ୍ରହ୍ମଣ ସାହି ର 37000 ଟଙ୍କାରେ ପ୍ରସନ୍ନ କୁମାର ପାଣିଗ୍ରାହୀ ନେଇଥିଲେ. ବ୍ଲକ ଛକ ର ଲଡ଼ୁ ଆଜି ନିଲାମ ହେବ.