April 29, 2026

ଅଖିଳ ଭାରତ ଯୁବ ସଂଘ (AIYF) ଗଂଜାମ ଜିଲ୍ଲା ପରିଷଦ ପାଲେଷ୍ଟାଇନ ଉପରେ ଆକ୍ରମଣକୁ ନିନ୍ଦା

IMG-20250812-WA0141
Share

 

 

ଛତ୍ରପୁର.ତା.୧୨/୮/୨୦୨୫(ଅରୁଣ କୁମାର ପଣ୍ଡା )ଅଖିଳ ଭାରତ ଛାତ୍ର ସଂଘ AIYF ( ଗଂଜାମ ଜିଲ୍ଲା) ପକ୍ଷରୁ ମଙ୍ଗବାର ପୁରୁଣା ବସ ଷ୍ଟାଣ୍ଡଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ତାମାନେ ଯୁଦ୍ଧ ନୁହେଁ ଶାନ୍ତି ହିଁ ମାନବ ସଭ୍ୟତାର ପ୍ରଗତିର ମାଧ୍ଯମ’ ବୋଲି ଉଲ୍ଲେଖ କରିଥୁଲ। ସନ୍ତ୍ରାସବାଦୀ କାର୍ଯ୍ୟ ଦ୍ଵାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ । ବରଂ ସମସ୍ୟା ଜଟିଳ ହେବ। ଏହାକୁ ବିଶ୍ବବାସୀ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ବାନ କରିଥିଲେ। ସେହିଭଳି ପାଲେଷ୍ଟାଇନ ଉପରେ ଇସ୍ରାଇଲର ଅମାନବୀୟ ଆକ୍ରମଣ ଓ ମାନବିକ ଅଧିକାର ଉଲଂଘନକୁ ଦୃଢ଼ ନିନ୍ଦା କରିଥିଲେ । ପାଲେଷ୍ଟାଇନବାସୀଙ୍କୁ ତାଙ୍କ ଜନ୍ମ ଭୂମିରୁ ଉଛେଦ କରିବା

ଦୁଦ୍ଧ ନୁହେଁ ଶାନ୍ତି ଚାଓ, ବୋମା ନୁହେଁ ଖାଦ୍ୟ ଚାଓ ଗାଜା ଉପରେ ଇସ୍ରାଇଲ ଆକ୍ରମଣ ବନ୍ଧ କର

ସାମ୍ରାଜ୍ୟବାଦୀ ଚକ୍ରାନ୍ତ ବନ୍ଦ କରିବା ପାଇଁ ଦାବି କରିଥିଲେ। ଜାତିସଂଘର ପ୍ରସ୍ତାବ ଅନୁଯାୟୀ ପାଲେଷ୍ଟାଇନକୁ ସ୍ବତନ୍ତ୍ର ଓ ସ୍ବାଧୀନ ରାଷ୍ଟ୍ରର ଅଧୂକାର ଦେବାପାଇଁ ଦାବି କରାଯାଇଥିଲା । ଅତିଶୀଘ୍ର ଗାଜା ଓ ପାଲେଷ୍ଟାଇନରେ ଉପରେ ଆକ୍ରମଣ ବନ୍ଦ କରି କରି ମାନବୀୟ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରିବାକୁ ବିଶ୍ବବାସୀ ଚାପ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ।

ସରକାର ଯୁଦ୍ଧ ବନ୍ଦ ଓ ମାନବୀୟ ସହାୟତ ୟତା ଯୋଗାଇଦେବାକୁ ଉଦ୍ୟମ କରିବା ଅତ୍ୟନ୍ତ ଜରୁରୀ ରୀ ବୋଲି ଦାବି କରିଥିଲେ । ବିକ୍ଷୋଭରେ ରାଜ୍ୟ ସମ୍ପାଦକ ସାଥି କାମଦେବ ନାହାକ , ଜିଲ୍ଲା ସମ୍ପାଦକ ମନୋଜ ଗୌଡ଼, ରାଜ୍ୟ ନେତା ଗୁରୁନାଥ ପ୍ରଧାନ, ଜିଲ୍ଲା ଉପସଭାପତି ଦୈତାରି ରେଡ୍ଡୀ, ନୀଳକଣ୍ଠ ଦାସ, ଆଦି ନାରାୟଣ ରେଡ୍ଡୀ, ଅନୁରାଗ ମିଶ୍ର , ପପୁନ ରାଉତ ଓ ରୋହିତ ନାୟକ ଅଂଶଗ୍ରହଣ କରିଥିଲେ ।

You may have missed