April 29, 2026

ଏ ଆଇ ଏସ ଏଫ ର ୯୦ ତମ ପ୍ରତିଷ୍ଠା ଦିବସ ନିମାପଡା ଶାଖା ପକ୍ଷରୁ ପାଳିତ l (ଦେଶରେ ଏକକ ଶିକ୍ଷାନୀତି ପ୍ରଚୋଳନ ପାଇଁ ଦାବି )

IMG-20250812-WA0137
Share

 

 

ଗୋପ :- ପୁରୀଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ର ଅମଲାପଡ଼ା ନିକଟରେ ଥିବା ଘନଶ୍ୟାମ ଭବନରେ ଅଖିଳ ଭାରତ ଛାତ୍ର ସଙ୍ଘ ର ୯୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପେଖିରେ ଏ ଆଇ ଏସ ଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଚଳଚିତ୍ର ଅଭିନେତା ବିରଞ୍ଚି ନାରାୟଣ ନାୟକ ଯୋଗ ଦେଇଥିଲେ l ନିମାପଡ଼ା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ସୁଦୀପ୍ତ ମହାନ୍ତି ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିଥିଲେ। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏ ଛା ତ୍ର ଏଫ ଶାଖା ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ଏକ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀ ରେ ନିମାପଡା ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏବଂ ପୂର୍ବତନ ଛାତ୍ର ନେତା ମାନେ ଯୋଗଦେଇଥିଲେ।ଆଗାମୀ ଦିନରେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତ୍ୟାହାର ହେଵା ସହିତ ଦେଶରେ ଏକକ ଶିକ୍ଷାନୀତି ପ୍ରଚୋଳନ ପାଇଁ ଶାଖା ତରଫରୁ ଦାବି କରାଯିବା ସହ ଛାତ୍ର ସଂଶୋଧ ନିର୍ବାଚନ କରିବା ନିମନ୍ତେ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ରାଜ୍ୟ ସଭାପତି ସଂଘମିତ୍ରା ଜେନା ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହ ସଂପାଦିକା ସୁଭ୍ରାରାଣି ସାହୁ,ନିମାପଡ଼ା ଶାଖା ସମ୍ପାଦକ ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ସେଥିମଧ୍ୟରୁ ଅନ୍ୟତମ ହେଲେ ଏକକ ଶିକ୍ଷାନୀତି ପ୍ରଚଳନ ହେଉ l ରାଷ୍ଟ୍ରପତି ଙ୍କ ଠାରୁ ଚପରାଶି ଙ୍କ ପିଲାଙ୍କ ପାଇଁ ଗୋଟିଏ ଶିକ୍ଷାନୀତି ପ୍ରଚଳନ କରାଯାଉ l ଛାତ୍ର ଛାତ୍ରୀଙ୍କ ସମସ୍ୟାର ସମାଧାନ ର ଏକମାତ୍ର ରାସ୍ତା ତାହା ହେଉଛି ଛାତ୍ର ସଂସଦ ନିର୍ବାଚନ ଏକାନ୍ତ ଆବଶ୍ୟକ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed