April 28, 2026

ପୁରୀ ପୌରପାଳିକା ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG_20250812_180303
Share

ପୁରୀ – ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନ ରେ ପୁରୀ ପୌରପାଳିକା ପକ୍ଷରୁ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ

ସ୍ବଛ ସବାରୀରେ ଆୟୋଜିତ ଏହି ଶୋଭାଯାତ୍ରା ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଶ୍ରୀମନ୍ଦିର ସମ୍ମୁଖରୁ ଦେଶପ୍ରେମ ର ଆହ୍ବାନ ଦେଇ ସ୍ବଛ ସବାରୀ ଗୁଡିକ ବଡଦାଣ୍ଡ, ମେଡିକାଲ ଛକ, ଭିଆଇପି ରୋଡ, ପେଣ୍ଠକଟା,ତାଳବଣିଆ, କଚେରୀ ଛକ ଇତ୍ୟାଦି ଦେଇ ସମସ୍ତ ୱ୍ବାର୍ଡ ଓ ସହର ପରିକ୍ରମଣ କରିଥିଲା।ଏଥିରେ ପୌରପାଳିକା ର ଅଧିକାରୀ କର୍ମଚାରୀ ସାମିଲ ହୋଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ