ବନମାଳୀ ସ୍ମୃତି ପରିଷଦ ପକ୍ଷରୁ ସ୍ବର୍ଗତ ବନମାଳୀ ଦାସ ଙ୍କ 61 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ l (ବନମାଳୀ ଦାସ ଙ୍କ 61 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ )
ଗୋପ :- ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଟି ହେଉଛି ଗୋପ ନିଗମାନନ୍ଦ ସରକାରୀ ବିଦ୍ୟାଳୟ l ଯାହାର ପ୍ରଣାପ୍ରତିଷ୍ଠାତା ହେଉଛନ୍ତି ଗୋପ ଅଞ୍ଚଳ ର ବରିଷ୍ଟ ଆଇନୀଜୀବୀ ତଥା ଶିକ୍ଷାବିତ୍ ସ୍ବର୍ଗତ ବନମାଳୀ ଦାସ l ଏହା ଆମ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ 1944 ମସିହା ରେ ସ୍ଥାପିତ କରିଥିଲେ l ଶିକ୍ଷାର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ସ୍ବର୍ଗତ ଦାସ ଙ୍କ ଅବଧାନ ଅତୁଳନୀୟ ଯାହାର ଫଳସୂରୋପ ଉକ୍ତ ବିଦ୍ୟାଳୟ ରୁ ଶତାଧିକ ବିଜ୍ଞ ଓ ପ୍ରତିଷ୍ଠିତ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଆଜି ଦେଶ ବିଦେଶ ରେ ସୁନାମ ଅର୍ଜନ କରିଛନ୍ତି l ତାଙ୍କରି ସ୍ମୃତି ଉଦ୍ୟସ୍ୟ ରେ ପ୍ରତିବର୍ଷ ଆଜିର ଦିନରେ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥାଏ l ଏହାକୁ ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ର ଙ୍କ ଦ୍ଵାରା ଗଠିତ ବନମାଳୀ ସ୍ମୃତି ପରିଷଦ ଆୟୋଜନ କରିଥାଏ l ବିଦ୍ୟାଳୟ ରେ ସ୍ବର୍ଗତ ଦାସ ଙ୍କ ଉପରେ ଆଧାରିତ ପ୍ରତିଯୋଗିତା ରେ ଯେଉଁମାନେ କୃତକାର୍ଯ୍ୟ ହୋଇଥାନ୍ତି ତାଙ୍କୁ ପୁରସ୍କୃତ କରାଯାଇଥାଏ l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାଶିକ୍ଷକ ସୁବାସ ଚଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ l କାର୍ଯ୍ୟକାରୀ ସମ୍ପାଦକ ହେଲେ ବ୍ରହ୍ମlନନ୍ଦ ସାହୁ ଯୋଗ ଦେଇଥିଲେ l ସମ୍ମାନୀୟ ଅତିଥିଭାବେ ଲିଙ୍ଗରାଜ ହୋତା, ରବିନ୍ଦ୍ରନାଥ ବେହେରା, ସତ୍ୟନାରାୟଣ ସେନାପତି, ବିମ୍ବାଧର ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ଭବାନୀ ଶଙ୍କର ସାମନ୍ତରାୟ, ବସନ୍ତ ସେନାପତି, ପ୍ରଦୀପ୍ତ ସିଂ, ଶିକ୍ଷୟତ୍ରୀ ବନ୍ୟା ପଟ୍ଟନାୟକ ପ୍ରଭୁତି ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ l ସଭା ଶେଷରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରିୟଙ୍କା ସାହୁ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିର୍ଣ୍ଣ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
