April 28, 2026

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବଳଙ୍ଗାରୁ ନିମାପଡା ପଦଯାତ୍ରା l

IMG_20250812_180032
Share

 

ବଳଙ୍ଗା ନାବାଳିକା ପୀଡ଼ିତା ପୋଡି ହେବା ଘଟଣାର ୨୨ଦିନ ପରେ ପୀଡ଼ିତା ଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ସେବା ଦଳର କର୍ମୀ ଓ କଂଗେସ କର୍ମୀ ମାନେ ଆଜି ବଳଙ୍ଗା ଠାରୁ ନିମାପଡା ନାରୀ ନ୍ୟାୟ ପଦଯାତ୍ରା କହିଛନ୍ତି। ଏହି ଅବାସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପୀଡ଼ିତାଙ୍କ କବର ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଘଟଣା ଘଟିଥିବା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଚାପ୍ ପ୍ରୟୋଗ କରି ସରକାର ଏଭଳି ଘଟଣାକୁ ଚାପି ଦେବାକୁ ବସିଥିବା ସେ ଅଭିଯୋଗ କରିଛନ୍ତି । ଏହି ପଦଯାତ୍ରାରେ ପିସିସି ସଂଖ୍ୟାଲଘୁ ସଭାପତି ଜିଆ ଉଲ୍ଲୁହକ ଓ ପ୍ରଦେଶ କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଅମିୟ ପଟ୍ଟନାୟକ ଙ୍କ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ