June 18, 2026

ଉମରକୋଟ ରେ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ଜ଼ିଲ୍ଲା ର ସଫଳତା ୨ସ୍ଵର୍ଣ୍ଣ ରୌପ୍ୟ ପଦକ ହାସଲ ………

Share

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ର ଦୁଇ ଖେଳାଳି ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ରେ ଅଂଶ ଗ୍ରହଣ କରି ୨ ସ୍ଵର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ଗୌରବ ଆଣିଛନ୍ତି।

ପ୍ରଥମ ଥର ନବରଙ୍ଗପୁର ଜିଲ୍ଲାରୁ ଦୁଇ କ୍ରୀଡା ବିତ ରାଜ୍ୟ ସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାରେ ଷୌଭାଗ୍ୟ ହାସଲ କରିଛନ୍ତି। ବ୍ରହ୍ମପୁର ଠାରେ ରାଜ୍ୟ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ମିନା ସାନ୍ତା କନିଷ୍ଠ ଓ ଯୁବ ବର୍ଗ ରେ ଦୁଇଟି ସ୍ବର୍ଣ୍ଣ ପଦକ ଏବଂ ଲଳିତା ଭତରା କନିଷ୍ଠ ବର୍ଗ ରେ ରୌପ୍ୟ ପଦକ ହାସଲ କରିଛନ୍ତି।ଏହି ଖେଳାଳି ମାନଙ୍କୁ ନବରଙ୍ଗପୁର ଜ଼ିଲ୍ଲା ଭାରତ୍ତୋଳନ ସଂଘ ସଭାପତି ସପନ ବୈରାଗୀ, ଉପସଭାପତି ମନୋଜ ପାଢ଼ୀ ଅରୁଣ ସାନ୍ତା, ସମ୍ପାଦକ ବିଜୟ କୁମାର,

କୋଷାଧକ୍ଷ କାବୁଲ ଶାନ୍ତ୍ରା, ଓ ସଂଘ ର ସମସ୍ତ କାର୍ଯକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ଏହି ଖେଳାଳି ଙ୍କ ସହ ମ୍ୟାନେଜେର ଭାବେ ସୁବାସ ସାନ୍ତା ଓ କୋଚ ନକୁଳ ସାନ୍ତା ଗସ୍ତ କରିଥିଲେ l ଏହି ଦୁଇ କ୍ରୀଡା ବିତ ଭୁବନେଶ୍ୱର ସ୍ଥିତ HPC ସେଣ୍ଟର୍ ରେ ରହି ତାଲିମ ନେବା ସହ ପାଠ ପଡୁଛନ୍ତି।