କାଷ୍ଠର କୋଣାର୍କ ଦେଖିବାକୁ ଲୋକଙ୍କ ଭିଡ଼ ହେଲେ ଶୌଚାଳୟ ନଥିବାରୁ ଶ୍ରଦ୍ଧାଳୁ ହଟହଟା
କାଷ୍ଠର କୋଣାର୍କ ଦେଖିବାକୁ ଲୋକଙ୍କ ଭିଡ଼ ହେଲେ ଶୌଚାଳୟ ନଥିବାରୁ ଶ୍ରଦ୍ଧାଳୁ ହଟହଟା
ବୁଗୁଡ଼ା : ତା ୧୨/୦୮/୨୩ : ବୁଗୁଡ଼ା ସହରର ବଡ଼ଦାଣ୍ଡରେ ଶୋଭା ପାଉଛି ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର ଭାବେ ପରିଚିତ ବିରଞ୍ଚି ନାରାୟଣ ମନ୍ଦିର l ୧୭୯୯ ମସିହାରେ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରର ଉପରି ଭାଗ କାଠରେ ତିଆରି ହୋଇଥିବାରୁ ଏହାକୁ କାଷ୍ଠର କୋଣାର୍କ ମଧ୍ୟ କୁହା ଯାଉଛି l ବଡଦାଣ୍ଡର ପୂର୍ବ ଦିଗରେ କାଷ୍ଠର କୋଣାର୍କ ଏବଂ ପଶ୍ଚିମ ଦିଗରେ ବୁଗୁଡ଼ାବାସୀଙ୍କ ଆରାଧ୍ୟ ଦେବତା ବଳଦେବ ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଛନ୍ତି ହେଲେ ବିରଞ୍ଚିନାରାୟଣ ମନ୍ଦିର ନିକଟରେ ଶୌଚାଳୟ ନଥିବା ବେଳେ ବଳଦେବ ମନ୍ଦିର ନିକଟରେ ନିର୍ମିତ ହୋଇଥିବା ଶୌଚାଳୟ ଭାଙ୍ଗି ମାଟିରେ ମିଶି ଗଲାଣି ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ମାନେ ପରିସ୍ରା ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପୁରୁଷମାନେ ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଥିବା ବେଳେ ମହିଳାମାନେ ନିରୁପାୟ ହୋଇ ପଡୁଛନ୍ତି l ସହରକୁ ସ୍ୱଚ୍ଛ ପରିମଳ ସାଙ୍ଗକୁ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାହାରୁ ଆସୁଥିବା ଯାତ୍ରୀ ବୁଗୁଡ଼ା ବଡ଼ଦାଣ୍ଡର ଅବସ୍ଥା ଦେଖି ନାକ ଟେକୁଥିବା ଜଣା ପଡିଛି l ଏଥି ପ୍ରତି ଏନଏସି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି l