November 21, 2024

ବାଲିପଦର ମହାବିଦ୍ୟାଳୟର ୩୦ତମ ସ୍ବନକ୍ଷେତ୍ର ଦିବସ ଉତ୍ସବ ସମାରୋହ: ଛାତ୍ରଛାତ୍ରୀ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅବିଭାବକଙ୍କୁ ଅତିଥି ମାନଙ୍କ ପରାମର୍ଶ——–

Share

ବାଲିପଦର ମହାବିଦ୍ୟାଳୟର ୩୦ତମ ସ୍ବନକ୍ଷେତ୍ର ଦିବସ ଉତ୍ସବ ସମାରୋହ:
ଛାତ୍ରଛାତ୍ରୀ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅବିଭାବକଙ୍କୁ ଅତିଥି ମାନଙ୍କ ପରାମର୍ଶ——–
———————————————-
ବୁଗୁଡା:-ତା-୧୨-୦୮-୨୦୨୩ରିଖ ୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ସ୍ଥାନିୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଆଜି ତିରିଶି ବର୍ଷରେ ପଦାର୍ପଣ କରି ଅଞ୍ଚଳର ଉଚ୍ଚ ଶିକ୍ଷାର ବିକାଶରେ ସହାୟକ ହୋଇ ପାରିଛି।ଉଦ୍ୟୋକ୍ତାମାନଙ୍କ ଲକ୍ଷ୍ଯ ପୁରଣରେ ମହାବିଦ୍ୟାଳୟ କର୍ମଚାରୀ ମାନେ ପୁର୍ଣ୍ଣ ପ୍ରାଣରେ ସହଯୋଗ କରି ଆଜି ଅନୁଷ୍ଠାନକୁ ଏହି ସ୍ଥାନରେ ପହଞ୍ଚାଇ ପାରିଥିବାରୁ ଅଞ୍ଚଳ ବାସୀ ଭୂୟସୀ ପ୍ରଂଶସା କରିଛନ୍ତି। ଆଜି ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀ, ଅବିଭାବକ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସମାରୋହରେ ହୋମ, ପୂଜାର୍ଚ୍ଚନା ସହ ଏକ ସଭା ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସ୍ବାବଲମ୍ବୀ ହେବାର ମାର୍ଗ ଦର୍ଶାଇ ଥିଲେ। ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ସମାଜସେବୀ ଜି. ରାଜେଶ୍ବର ପାତ୍ର, ଖଲି ପରିଡ଼ା, କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି,
ସରୋଜ କାନ୍ତ ଦାସ, ଡକ୍ଟର ଶିଶିର କୁମାର ନାୟକ ଡକ୍ଟର ଏ. ଜିତେଶ ରାଓ ଦୋରା, ଗୋପିନାଥ ମହାନ୍ତି, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ଯୋଗଦେଇ ଅବିଭାବକ ମାନେ ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଶୈଳକୁ ଗୁରୁତ୍ବ ଦେଲେ ହିଁ ସେମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ ଘଟିବ ଏବଂ ସେମାନେ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ସର୍ବଶ୍ରୀ ସଂଜୟ କୁମାର ପାତ୍ର, ସଞ୍ଜୟ କୁମାର ବିଷୋୟୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଜ୍ଞାନ ଚାନ୍ଦ ଗୌଡ଼, ରଶ୍ମି ରଞ୍ଜନ ତ୍ରିପାଠୀ,ଏ.ମଦୁରାଜୁ ଦୋରା, ରମାକାନ୍ତ ରାଉତ, ସିମାଞ୍ଚଳ ଗୌଡ, ଭଞ୍ଜ କିଶୋର ଗୌଡ, ମହେଶ୍ୱର ଗୌଡ଼ ପ୍ରମୁଖ ଯୋଗଦେଇ ଥିବାବେଳେ କର୍ତ୍ତା ଭାବେ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଓ ପଣ୍ଡିତ ପପୁନ୍ ଖାଡଙ୍ଗା ପୁରୋହିତ କାର୍ଯ୍ୟ ପରିଚାଳନା କରିଥିଲେ।
—–***—–