କଢାଙ୍ଗ ଠାରୁ ଦୁର୍ଦ୍ଦ। ମର୍ଦ୍ଦୋଳ ୧୦ ଏଚ୍ କେନାଲବନ୍ଧ ରାସ୍ତାକାମ ଅନୁଧ୍ୟାନ କଲେ ୫ଟି ଙ୍କ ଟିମ୍।
କଢାଙ୍ଗ ଠାରୁ ଦୁର୍ଦ୍ଦ। ମର୍ଦ୍ଦୋଳ ୧୦ ଏଚ୍ କେନାଲବନ୍ଧ ରାସ୍ତାକାମ ଅନୁଧ୍ୟାନ କଲେ ୫ଟି ଙ୍କ ଟିମ୍।
++++++++++++++++++++ ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଓ ପଟିଲୋ ପଞ୍ଚାୟତ ର ଅଧିବାସୀ ମାନଙ୍କ ଯାତାୟତ ନିମନ୍ତେ ୧୦ ଏଚ୍ କେନାଲବନ୍ଧ ରାସ୍ତା କଢାଙ୍ଗ ଠାରୁ ମର୍ଦ୍ଦୋଲ ପର୍ଯ୍ୟନ୍ତ ପିଚୁ ବା କଂକ୍ରିଟ ରୋଡ ରେ ପରିଣତ କରିବା ପାଇଁ , ଗତ ଜୁନ ମାସ ୨୯/୩୦ ତାରିଖ ଦୁଇ ଦିନ ଧରି ରାଜ୍ୟ ୫ ଟି ସଚୀବ ଭି କେ ପାଣ୍ଡିୟାନ୍, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସିଥିବା ଅବସରରେ ତାଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ ଦୁଇଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାର ପ୍ରଭାବରେ ଗତ ଶୁକ୍ରବାର ଦିନ ୫ଟି ସଚୀବ ଙ୍କ ନିର୍ଦ୍ଦେଶ କ୍ରମେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ପଣ୍ଡା ଙ୍କ ସହିତ ବିଭାଗୀୟ ଅଧିକାରୀ ମାନେ ଏହି କେନାଲବନ୍ଧ ରେ ପହଞ୍ଚିଥିଲେ । ତେବେ ଏହି ରାସ୍ତା ନିର୍ମାଣ ପାଇଁ ଦାବୀ କରିଆସିଥିବା କଟରା ପଞ୍ଚାୟତ ର ସମିତିସଭ୍ୟା ରୋଜାଲିନ ଜେନା, ବିଜେଡ଼ି ଯୁବସମ୍ପାଦକ ଯଶୋବନ୍ତ ରାଉତ, ଅଧ୍ୟାପକ ବୈକୁଣ୍ଠ ନାଥ ଜେନା , ପୂର୍ବତନ ସମିତି ସଭ୍ୟ ବାଇଧର ବଳ, ବିଜେଡ଼ି ଯୁବସଭାପତି ସୁବାଷ ଚନ୍ଦ୍ର ସେଠୀ ଓ ରାକେଶ ଜେନା ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁଧ୍ୟାନ କାର୍ଯ୍ୟରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !