September 1, 2026

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ  ଅଭିଯୋଗ ଶୁଣାଣି ଶିବିର

IMG-20260512-WA0054
Share

 

ବୋଲଗଡ଼,(ଉପାନ୍ତ ଖବର ମାନସ ରଞନ କର) ତା 12/05:ମଙ୍ଗଳ ବାର ଅପରାହ୍ନରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ

ଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ନିମିତ୍ତ ଏକ ଶିବିରର ଆୟୋଜନ କରାଯାଇଥିଲା. ସମୁଦାୟ 38 ଜଣ

ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିକଟରେ ଅଭିଯୋଗ ପତ୍ର

ଦାଖଲ କରିଥିଲେ. ସେବା ପୁସ୍ତିକାରେ ସ୍ଥାନ ପାଇ ନଥିବା ଯୋଗ୍ୟତା, ଟ୍ରାନ୍ସଫର, ଜିଆଇଏସ, ଇନ୍କ୍ରିମେଣ୍ଟ,,ଏରିଅର,

ଜିପିଏଫ,ଲିଭ ସାଂକ୍ସନ ଓ ଷ୍ଟେପ ଅପ ସମ୍ବନ୍ଧୀୟ ସମୁଦାୟ 96ଟି

ଅଭିଯୋଗ ଆଗତ କରାଯାଇଥିଲା.

ଉକ୍ତ ଶିବିରରେ ବୋଲଗଡ଼ ମଣ୍ଡଳ

ସାଧନ କେନ୍ଦ୍ର ସଂଯୋଜକ କୈଳାସ

ନାଥ ସ୍ୱାଇଁ, ବରିଷ୍ଠ କିରାଣୀ ଶେଖ

ମୁନିର, ବୋଲଗଡ଼ ମଣ୍ଡଳ ଶୈକ୍ଷିକ

ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ଅଧ୍ୟକ୍ଷ ରବୀନ୍ଦ୍ର କୁମାର ବେହେରା, ସମ୍ପାଦକ ପ୍ରମୋଦ କୁମାର ହୋତା,

ଯୁଗ୍ମ ସମ୍ପାଦକ ଅଶୋକ କୁମାର

ସାହୁ, ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧି,

ବିଜୟ କୁମାର ସାହୁ,ଦୁଇ ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ ଓ ପ୍ରଫୁଲ୍ଲ ସିଂହ, ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଏବଂ କାର୍ଯ୍ୟାଳୟର କର୍ମଚାରୀ ବେଣୁଧର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ. ସ୍ୱଳ୍ପ ଦିନ ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ

ଶ୍ରୀ ସ୍ୱାଇଁ ମତ ରଖିଥିଲେ.

You may have missed