ଆଜିର ଖବର..
୧-ଆଜି ମଧ୍ୟାହ୍ନ ୧୨ଟା ପରେ CBSE ଦ୍ବାଦଶ ପରୀକ୍ଷା ଫଳ। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।
୧-ଭୁବନେଶ୍ୱର: ଆସନ୍ତା ସପ୍ତାହରେ CHSE +୨ ପରୀକ୍ଷା ଫଳ, ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ।
୩-ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବାତ୍ୟାର ଆଶଙ୍କା ନାହିଁ।୧୩ରୁ ତାତି ବଢ଼ିବ।
୪-ପୁରୀ:ଚାଲିଛି ରଥନିର୍ମାଣ କାମ, କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି ତିନିରଥ ମହାରଣା ସେବକ।
୫-ପୁରୀ:ଚନ୍ଦନପୁର ଥାନା ପୋଲିସକୁ ସଫଳତା , ୨୦୦୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ।
୬-ରାୟଗଡ଼ା:ନିଖିଲ ହତ୍ୟାକାଣ୍ଡ ପରେ ଥାନା ଆଗରେ ବାଣ ଫୁଟାଇ ପ୍ରତିବାଦ; ବାଇକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ।
୭-ଭବାନୀପାଟଣା-ଖରିଆର ରାସ୍ତା ହେବ ୪ ଲେନ୍; ପଶ୍ଚିମ ଓଡ଼ିଶାର ବିକାଶକୁ ମିଳିବ ନୂଆ ଗତି।
୮-ଭୁବନେଶ୍ୱର:ଆକ୍ସନମୋଡରେ କମିଶନରେଟ୍ ପୁଲିସ୍। ନାଇଟ୍ ପାଟ୍ରୋଲିଂ ଏବଂ ବ୍ଲକିଂ ,ଚେକିଂ ଜୋରଦାର ଚାଲିଛି।
୯-ନୟାଗଡ଼, ଓଡ଼ଗାଁ:ବାଲିଅନ୍ତାଠୁ ଆହୁରି ବୀଭତ୍ସ, ଖଣ୍ଡାରେ ୫୦ ଚୋଟ ମାରି ଯୁବକଙ୍କୁ ମାରିଲେ।
୧୦-ଓଡ଼ିଆ ଖାଦ୍ୟ ଭାରି ବଢ଼ିଆ, ଓଡ଼ିଆ ଖାଦ୍ୟକୁ ଶିଳ୍ପପତି ହର୍ଷ ଗୋୟେଙ୍କାଙ୍କ ଭୂରି ଭୂରି ପ୍ରଶଂସା।
୧୧-ରେଢ଼ାଖୋଲ:ନକଲି ମାନବାଧିକାର ଅଧିକାରୀ ଗିରଫ ; ଭୟଭୀତ କରି ଢାବା ମାଲିକଙ୍କୁ ଲୁଟୁଥିଲେ।
୧୨-ଧାମରା:ଜାଲ ଦସ୍ତଖତ କରି ୮କୋଟି ଠକେଇ;୫ଜଣଙ୍କୁ ଗିରଫ କଲା ଭିଜିଲାନ୍ସ।
୧୩-ରାଉରକେଲା:ତେଲ ସଙ୍କଟ, ପେଟ୍ରୋଲ ପମ୍ପ ଖାଁ ଖାଁ; ଦୁଇ ଚକିଆ ଗାଡିକୁ ୨୦୦ ଟଙ୍କାରେ ତେଲ ମିଳୁଛି।
୧୪-ପଞ୍ଜାବ ମୁହଁରୁ ବିଜୟ ଛଡ଼ାଇ ଆଣିଲା ଦିଲ୍ଲୀ, ଶ୍ରେୟସଙ୍କ ଟିମର ଲଗାତାର ହେଲା ଚତୁର୍ଥ ପରାଜୟ।
୧୫-କୋଲକାତା:ଶୁଭେନ୍ଦୁଙ୍କ ବଡ଼ ନିଷ୍ପତ୍ତି ; ବାଂଲାଦେଶ ସୀମାରେ ଲାଗିବ ତାରବାଡ଼।
୧୬-ପଶ୍ଚିମବଙ୍ଗ:ବେଆଇନ ନିଯୁକ୍ତି ମାମଲା, ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ସୁଜିତ ବୋଷଙ୍କୁ ଗିରଫ କଲା ED।
୧୭-ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ବିହାରରରୁ ୩ ସାର୍ପ ସୁଟର ଗିରଫ।
୧୮-ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ,ମିଳିବ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି।
୧୯-NEET-UG ୨୦୨୬ ପରୀକ୍ଷାରେ ‘ଗେସ୍ ପେପର’ରୁ ଆସିଛି ୧୨୦ ପ୍ରଶ୍ନ; ରାଜସ୍ଥାନରେ ତଦନ୍ତ ଆରମ୍ଭ।
୨୦-ଗୁଜରାଟ:ଭକ୍ତି ଓ ପରମ୍ପରାର ସଙ୍ଗମ; ସୋମନାଥରେ କୁମ୍ଭାଭିଷେକର ଭବ୍ୟ ଆୟୋଜନ,୧୧ ତୀର୍ଥର ପବିତ୍ର ଜଳରେ ହେଲା ଶିଖର ଅଭିଷେକ।
୨୧-ମଧ୍ୟ ପ୍ରାଚ୍ୟ ସଂକଟକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୁଣି ନିବେଦନ: ଇନ୍ଧନ ବଞ୍ଚାଅ,ଓ୍ବାର୍କ ଫ୍ରମ ହୋମ୍ ଆପଣାଅ,ସୁନା କିଣା ବନ୍ଦ କର।
୨୨-‘ଲାଇଫ୍ ସପୋର୍ଟରେ ଯୁଦ୍ଧବିରତି’, ଇରାନକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ; କହିଲେ- ସ୍ଥିତି ଅତି ସମ୍ୱେଦନଶୀଳ ।
🙏 *ସୁପ୍ରଭାତ* 🙏
