April 24, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁରୀ ଗାଁ ୩ ଦିନ ହେଲା ଅନ୍ଧାର ରେ, ଉତ୍ୟକ୍ତ ଲୋକେ ଆଜି ବିଦ୍ୟୁତ୍ କାର୍ଯ୍ୟଳୟ କୁ ଘେରିଲେ…..

IMG-20260412-WA0073
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭ।ମିନି ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁରୀ ଗ୍ରାମର ପ୍ରାୟ ୪୦ ପରିବାର ଆଜିକୁ ୩ ଦିନ ହେଲାଣି ଅନ୍ଧାରରେ ରହିଥିବା ଅଭିଯୋଗ କରିଛନ୍ତି। କାରଣ ଗାଁ ରେ ଥିବା ବିଦ୍ୟୁତ୍ ଟ୍ରାନସଫର୍ମର ୩ ଦିନ ହେଲା ଅଚଳ ହେଇ ପଡିକି ରହିଛି। ବିଦ୍ୟୁତ୍ ବିଭାଗ କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗାଁ ରେ ଥିବା ୪୦ ପରିବାର ୩ ଦିନ ହେଲାଣି ପିଇବା ପାଣି ପାଇଁ ଅସୁବିଧା ର ସମ୍ମୁଖୀନ ହେବା ସହ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ରେ ବାଧା ପ୍ରାପ୍ତ ହେଉଛି। ଏପରିକି ବିଦ୍ୟୁତ୍ ନ ଥିବା ଯୋଗୁ ଅସୟ ଗରମ ଯୋଗୁଁ ଲୋକେ ରାତିରେ ଶୋଇ ପାରୁନାହାନ୍ତି। ଆଜି ଗ୍ରାମବାସୀ ଅତିଷ୍ଠ ହେଇ ଉମରକୋଟ ଆସି ଉମରକୋଟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିବା ସହ ତୁରନ୍ତ ଟ୍ରାନସଫର୍ମର ବଦଳାଇବା ପାଇଁ ଲିଖିତ ଭାବେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅପରପକ୍ଷରେ ଉମରକୋଟ ବିଦ୍ୟୁତ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ୱରୂପ

ପାତ୍ର ଗ୍ରାମର କିଛି ଲୋକେ ବିଦ୍ୟୁତ୍ ବିଲ୍ ବକେୟା ରହିଛି ତାକୁ ପ୍ରଥମେ ପୈଠ କରନ୍ତୁ ଓ ଶୀଘ୍ର ଟ୍ରାନସଫର୍ମର ସଜଡା ଯିବ ବୋଲି କହିଛନ୍ତି।