ଉମରକୋଟ ସହର ୧୨ ନ° ୱାର୍ଡ ରେ ପାଗଳ ଗାଈର ମୃତ୍ୟୁ ପରେ କ୍ଷୀର ପିଇଥିବା ଲୋକଙ୍କ ମଧ୍ୟରେ ଆତଙ୍କ, ପ୍ରତିଷେଧକ ଟିକା ନେବା ପାଇଁ ଲମ୍ବା ଲାଇନ୍ ରେ ଗାଁ ଲୋକେ…………..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗୋଟିଏ ଗାଈ ର ମୃତ୍ୟୁ ପରେ ସେହି ଗାଈ ର କ୍ଷୀର ପିଇଥିବା ଲୋକେ ଏତେ ଭୟଭୀତ ହେଇ ଗଲେ ଯେ ଲୋକେ ପ୍ରତିଷେଧକ ଟୀକା ନେବା ପାଇଁ ଉମରକୋଟ ହସ୍ପିଟାଲ ରେ ଲମ୍ବା ଲାଇନ୍ ଲଗାଇ ଦେଲେ। ଏହି ପରି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ସହର ୧୨ ନମ୍ବର ୱାର୍ଡ ୟୁ ଭି ୩ ଡଙ୍ଗରୀଗୁଡ଼। ଗ୍ରାମ ଠାରେ। ଏହି ଗ୍ରାମର ସୁଶାନ୍ତ ରାୟଙ୍କ ଗାଈର କ୍ଷୀର ୱାର୍ଡ ବାସିନ୍ଦା ନେଇ ପିଇଥିଲେ। ଅନ୍ୟପଟେ ଗାଈଟି ନିକଟରେ ପ୍ରଥମ କରି ବାଛୁରୀ ଜନ୍ମ କରିଥିବାରୁ, ମାଲିକ ଅତି ଖୁସିରେ ୱାର୍ଡର କିଛି ଘରକୁ କ୍ଷୀର ବାଣ୍ଟିଥିଲେ। କିଛି ପରିବାର ମଧ୍ୟ ପ୍ରତିଦିନ ତାଙ୍କ ଠାରୁ କ୍ଷୀର କିଣି ପିଉଥିଲେ। ଅନ୍ୟପଟେ ଗୋପାଳକ ଅଶ୍ରୁ ରାୟଙ୍କ ଗାଈ ଦୁଇଦିନ ପାଟିରୁ ଫେଣ ବାହାର କରି ଏଣେ ତେଣେ ଧାଉ ଥିଲା।ଗାଈ କୁ ଦେଖିକି ଗାଈ ମାଲିକ ପ୍ରାଣୀ ଚିକିତ୍ସକ ଙ୍କ ନିକଟକୁ ଗାଈକୁ ନେଇଥିଲେ। ଗାଈ ଟିକୁ ଦେଖି ପ୍ରାଣୀ ଚିକିତ୍ସକ, ଗାଇକୁ କୁକୁର କାମୁଡ଼ିଛି ତେଣୁ ଗାଇଟି ପାଗଳ ଭଳି ହେଉଛି କହି ଚିକିତ୍ସା କରିଥିଲେ କିନ୍ତୁ ଗତକାଲି ସନ୍ଧ୍ୟାରେ ହଠାତ୍ ସେହି ଗାଈ ଟି ମୃତ୍ୟୁ ବରଣ କରିଥିଲା। ଏହି ଖବର ଅଞ୍ଚଳ ରେ ପ୍ରଚାରିତ ହେବ। ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଥିଲା। କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଥିବାରୁ କୌଣସି ଅଘଟଣ ଘଟିବା ଭୟରେ ଲୋକେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକ୍ସନ ନେବା ପାଇଁ ଭିଡ଼ ଜମାଇ ଥିଲେ। ଭୟ ଏତେ ପରିମାଣ ର ହେଲା ଯେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଇଞ୍ଜେକ୍ସନ ନେବା ପାଇଁ ହସ୍ପିଟାଲ କୁ ଆସି ଥିଲେ। ପ୍ରାୟ ୫୨ ଜଣ ଇଞ୍ଜେକ୍ସନ ନେଇ ସାରି ଲେଣି । ବର୍ତ୍ତମାନ ସୁଦ୍ଧା କେହି ଗୁରୁତର ହୋଇ ନାହାଁନ୍ତି ତଥାପି ସତର୍କତା ମୂଳକ ଭାବେ ସମସ୍ତେ ପ୍ରତିଷେଧକ ଇଞ୍ଜେକ୍ସନ ନେଉଛନ୍ତି ଗ୍ରାମବାସୀ।
