April 27, 2026

 ବି.ଜେ.ଡ଼ି ର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

IMG-20260412-WA0085
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଧର୍ମଗଡ଼ ବ୍ଲକ ଅନ୍ତର୍ଗତ, ବୋଡେ଼ନ ପଞ୍ଚାୟତର,ବୋଡେ଼ନ ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବି.ଜେ.ଡ଼ି ର ବ୍ଲକ ସଭାପତି ଶ୍ରୀ ଡାକେ ଲହଜଲଙ୍କ ସଭାପତିତ୍ବ ରେ ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ବି.ଜେ.ଡି ଉପସଭାପତି ଶ୍ରୀ ଥବିର ପ୍ରସାଦ ସାହୁ ଯୋଗ ଦେଇଥିବାବେଳେ, ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ଗୋପାଳ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଣବ କିଶୋର ଭଏଁସାଲ, ବୋଡେ଼ନ ପଞ୍ଚାୟତ ସଭାପତି ଶ୍ରୀ ସୁଶାନ୍ତ ଗୋପାଳ, ମହିଳା ସଭାପତି ଶ୍ରୀମତୀ କ୍ଷିତୀସୁତା ବାଗ, ନିରଞ୍ଜନ ପଟେଲ, ହୃଷିକେଶ ସାହୁ, ଲକ୍ଷ୍ମଣ ଗୋପାଳ, ନବକିଶୋର ଭଏଁସାଲ ତଥା ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ ହୋଇ ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ନିର୍ବାଚନୀ ରଣନୀତି ଉପରେ ବିଶେଷ ଆଲୋଚନା କରିବା ସହ, ବି.ଜେ.ଡି ର ଯୁବ ଓ ଛାତ୍ର କର୍ମକର୍ତ୍ତା ମାନଙ୍କୁ କିପରି ଆଗ ଅପେକ୍ଷା ଆହୁରି ଅଧିକ ସୁସଂଗଠିତ ତଥା ସକ୍ରିୟ କରାଯିବ, ଏନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଦିନରେ ଦଳର କାର୍ଯ୍ୟଯୋଜନା ଓ ଗ୍ରାମ୍ୟ ସ୍ତରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।