June 13, 2026

ଉମରକୋଟ ଠାରେ କୁନି ପ୍ରବଚକଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ, ପ୍ରବଚନ ଦେଇ ଲୋକ ଙ୍କ ମନ ଜିଣିଲେ……..

IMG-20251011-WA0005
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲା ଉମରକୋଟ ସହରର ଗୁଲିପାଟଣା କଳିଙ୍ଗ କଳା ଓ ସାଂସ୍କୃତିକ ଯୁବ ପରିଷଦ ଓ ବାବା ବୈଦ୍ୟନାଥ ମନ୍ଦିର କମିଟି ର ପ୍ରଚେଷ୍ଟାରେ ଗୁଲିପାଟଣା ଠାରେ ପୁରୀ ରୁ ଆସିଥୁବ। କୁନି ପ୍ରବଚକ୍ ଯାହାଙ୍କ ବୟସ ମାତ୍ର ୧୩ ବର୍ଷ ଯାହାଙ୍କ ନା ଶ୍ରୀ କେଶବ ଦାସ ଦ୍ଵିତି କୃଷ୍ଣ ଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହେଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରବଚନ କାର୍ଯ୍ୟକ୍ରମ ପ୍ରତି ଦିନ ସନ୍ଧ୍ୟ।୬. ୩0 ରୁ ରାତ୍ର ୯ ଘାଣ୍ଟିକା ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରବଚକ ଶ୍ରୀ କେଶବ ଦାସ ଦ୍ୱିତି କୃଷ୍ଣ, ବରିଷ୍ଠ ନେତା ଜୟ ଦେବ କୁମାର ପରିଡ଼ା, ଓ ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ ପ୍ରଦିପ ପ୍ରଜଳନ କରିବା ପରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହେଇ ଥିଲା। ପ୍ରଥମେ କୁନି ପ୍ରବଚକଙ୍କୁ ଉମରକୋଟ ଠାରେ ଭବ୍ୟ ସ୍ଵାଗତ କରା ଯିବ। ସହ କୁନି ଜ୍ଞାନୀ ପ୍ରବଚକଙ୍କ ପ୍ରବଚନ ଶୁଣିବା ପାଇଁ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଗୀତା, ଭାଗବତ, ଜଗନ୍ନାଥ ଙ୍କ କଥା ରେ ପ୍ରବଳ ଜ୍ଞାନ ହାସଲ କରିଥିବା ଏହି ପ୍ରବଚକ ଅନେକ ଆଧ୍ୟାତ୍ମିକ କଥା ମଧ୍ୟ କହିଥିଲେ। ସେହିଭଳି ମଣିଷ ଜୀବନର ଦୈନନ୍ଦିନ ଜୀବନ ରେ ଘଟୁଥିବା ଅନେକ ଘଟଣା ଅଘଟଣା ରୁ ବର୍ତ୍ତିବା ପାଇଁ ଅନେକ ସୂଚନା ପ୍ରଦାନ କରିଥିଲେ।

You may have missed