June 13, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ ହେଲା ଦୋକାନ……

IMG-20251011-WA0006
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ)

ଗତ ୩ ମାସ ତଳେ ରାସ୍ତା ଉପରକୁ ମାଡି ଆସିଥିବା ଦୋକାନୀ ମାନଙ୍କୁ ପ୍ରଶାସନ ତରଫରୁ ଦିଆ ଯାଇଥିଲା ନୋଟିସ, ନୋଟିସ ଦିଆ ହେବା ପରେ ଆଗକୁ ରଥଯାତ୍ରା ଥିବାରୁ ସ୍ଥାନୀୟ ପ୍ରଶାସନ ପାଖେ ଅଂଚଳ ବାସି ଅନୁରୋଧ କରିବା କ୍ରମେ ଉଚ୍ଛେଦ କାମକୁ

ସ୍ଥଗୀତ ରଖିଥିଲା ପ୍ରଶାସନ,ବର୍ଷା ଋତୁ ସରିବା ପରେ ଉଚ୍ଛେଦ କାମକୁ ଆରମ୍ଭ କରିବାକୁ ପ୍ରଶାସନ ସ୍ଥିର କରିଥିଲା ଏହାକୁ ନେଇ ଅକ୍ଟୋବର ମାସ ୧୦ ତାରିଖ କୁ ଦିନ ଧାର୍ଯ୍ୟ କରା ଯାଇଥିବା ସହ ରାସ୍ତା ର ଓସାର ୩୫ଫୁଟ କରିବାକୁ ସ୍ଥିର କରିଥିଲା, ଏହା କୁ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ ଅଂଚଳ ବାସି ଙ୍କୁ ଅବଗତ କରା ଯାଇଥିଲା, ଗତ କାଲି ସକାଳ ୯ ଟା ସମୟରେ ମାଉଲି ମନ୍ଦିର ନିକଟ ରୁ ଆରମ୍ଭ ହୋଇଥିଲା ଉ ଚ୍ଛେଦ କାମ, ଆରମ୍ଭ ରୁ ଶାନ୍ତି ପୂର୍ଣ୍ଣ ଭାବେ ଉ ଚ୍ଛେଦ କାର୍ଯ୍ୟ ଚାଲୁଥିବା ବେଳେ ମୁଖ୍ୟ ବଜାର ତଥା ହନୁମାନ ମନ୍ଦିର ପାଖେ ବ୍ୟାପାରୀ ଏବଂ ପ୍ରଶାସନ ମଧ୍ୟ ରେ କିଛିଟା ତିକ୍ତତା ଦେଖିବାକୁ ମିଳିଥିଲା ପ୍ରକାଶ ଥାଉ କି ରାଇଘର ବଜାର ବ୍ୟବସାୟୀ ମାନେ ନିଜ ଅଧିକୃତ ଜାଗାକୁ

ସ୍ୱଇଚ୍ଛା ରେ ପୂର୍ବରୁ ଭାଙ୍ଗି ଦେଇଥିଲେ ଯାହା ଫଳରେ ପ୍ରଶାସନ କୁ କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡି ନ ଥିଲା,ବର୍ତମାନ ସୁଦ୍ଧା ଉଛେଦ କାମ ଚାଲୁ ରହିଛି।

You may have missed