April 30, 2026

କୁଜଙ୍ଗ ରେ ଚମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ।

IMG_20250811_211801
Share

କୁଜଙ୍ଗ ରେ ଚମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। ସୋମବାର ମଧ୍ୟାହ୍ନ ସମୟରେ ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୁଜଙ୍ଗ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମହିଳାଙ୍କ ତଣ୍ଟି, ଗାଲ ଓ ହାତରେ କ୍ଷତ ହୋଇଛି।

କୁଜଙ୍ଗ ଥାନା ବାଗୋଇ ପଞ୍ଚାୟତ ଚରଦିଆ ଗ୍ରାମର ପ୍ରଭାତୀ ରାଉତ (୨୮ ବର୍ଷ) ବ୍ୟାଙ୍କ କାର୍ଯ୍ୟରେ ପାଟପୁର ଆସୁଥିଲେ। ଏହି ସମୟରେ ଶେରଗଡ ଅଞ୍ଚଳର ରାଜେଶ ବେହେରା (୨୩ ବର୍ଷ) ଓ ତାର ଦୁଇ ସହଯୋଗୀ ପାଟପୁର ସ୍ଥିତ ରେଲୱେ କ୍ରସିଂ ନିକଟରେ ହଠାତ୍ ଏକ ଧାରୁଆ ଛୁରୀ ବାହାରକରି ମହିଳାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମହିଳାଙ୍କ ତଣ୍ଟିରେ ଗଭୀର କ୍ଷତ ହେବା ସହିତ ଗାଲ ଓ ହାତରେ ମଧ୍ଯ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ଜମା ହୋଇ ରାଜେଶ ବେହେରାଙ୍କୁ କାବୁ କରିନେଇଥିଲେ ଓ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଆମ୍ବୁଲାନ୍ସ ଡାକି ଅଚେତ ଅବସ୍ଥାରେ ପଡିଥିବା ପ୍ରଭାତୀଙ୍କୁ କୁଜଙ୍ଗ ମେଡିକାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଲୋକଙ୍କ ମାଡରେ ଆହତ ଅଭିଯୁକ୍ତ ରାଜେଶ ମଧ୍ୟ କୁଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତର ଦୁଇ ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। କୁଜଙ୍ଗ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ( ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର ).