October 31, 2026

ବରପାଲି ମହାବିଦ୍ୟାଳୟରେ ମାନସିକ ସଶକ୍ତିକରଣ କାର୍ଯ୍ୟକ୍ରମ

IMG-20261031-WA0144
Share

 

 

ବରପାଲି, ୩୧/୧୦ (ସୁଦାମ ଦୀପ) – ବରପାଲି ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ୱରେ ଇମୋସନାଲ ଏଣ୍ଡ ମେଣ୍ଟାଲ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଶ୍ରୀ ସଂଗ୍ରାମ ରଥ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀ ସୁଶୀଲ କୁମାର ଶତପଥୀ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡ. ସମ୍ବିତା ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ସୀମା ଭୋଇ, ମୋନିକା ପ୍ରଧାନ, ଦେବଯାନୀ ବେହେରା ପ୍ରମୁଖ ଯୋଗଦେଇଥିଲେ l