ଗଜପତି:- ଇନ୍ଦିରା ଗାନ୍ଧୀ ଙ୍କ ୪୨ତମ ମହାପ୍ରୟାଣ ଦିବସ ପାଳନ କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ପୂର୍ବାହ୍ନ ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ୪୨ତମ ମହାପ୍ରୟାଣ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ସ୍ଵର୍ଗତା ଇନ୍ଦିରା ଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ, ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ଏବଂ ଇନ୍ଦିରା ଗାନ୍ଧୀ ଙ୍କ ଗାନ୍ଧୀବାଦୀ ନିତି ଆଦର୍ଶ ଉପରେ ଆଲୋଚନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟି ସୂର୍ଯ୍ୟ ନାରାୟଣ ପାତ୍ର, ବିଷ୍ଣୁ ପ୍ରସାଦ ପାଣି, ମୁନା ମହାରଣା, ଲକି ପାତ୍ର, ଲୋକେଶ ବରାଡ, ରାଜ ପାତ୍ର, ନୀରାକାର ପାଣିଗ୍ରାହୀ, ଜନାର୍ଦ୍ଦନ ରାଓ, ଦଣ୍ଡପାଣି ପଣ୍ଡା, ବାଘା ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ପାଳନ କରା ଯାଇଥିଲା।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
