June 19, 2026

ରାଜସୁନାଖଳାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା

IMG-20230811-WA0001
Share

ରାଜସୁନାଖଳାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା।

 

ବୋଲଗଡ,୧୦/୦୮ (ଉପାନ୍ତ ଓଡିଶା): ସୁସ୍ଥ ପରିବେଶ ଓ ନିରୋଗ ରହିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଅଛନ୍ତି। କିନ୍ତୁ ରାଜ ସୁନାଖଳା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ ସୁନାଖଳା ଅଞ୍ଚଳର ଫିଲିମ ହଲ ନିକଟ ୫୭ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୁଢ଼ କୁଢ଼ ଅଳିଆ ଗଦା ହୋଇଥିବା ବେଳେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଅଛି। ଅନ୍ୟ ପଟେ ପେଟ୍ରୋଲ ଟାଙ୍କି ପାଖ ଗଳି ଠାରୁ ଧାନ ମିଲ ନିକଟରେ ପାହାଡ଼ ଭଳି ଆବର୍ଜନା ଅଳିଆ ଗଦା ପଡ଼ି ରହିଛି । ସେଥିରେ ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ବୋତଲ ,କାଚ ଓ ଅନ୍ୟାନ୍ୟ ଆବର୍ଜନା ଗଦା ହୋଇଛି। ବର୍ଷା ଦିନ ହୋଇଥିବାରୁ ଏଥିରୁ ଅସହ୍ୟ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସହିତ ମଶା, ମାଛି ଓ ଡ଼ାଉଁସ ବଂଶ ବୃଦ୍ଧି ହେବା ସହିତ ସଂକ୍ରାମକ ରୋଗର ଆଶଂକା ଦେଖା ଦେଇଛି । ସେହିଭଳି ଭାବରେ ରାଜ ସୁନାଖଳା ଚାରି ଛକ କାଉଁରୀ ପାଟଣା ପ୍ରାଥମିକ ବିଦ୍ୟାଳୟ ନିକଟରେ ଡ୍ରେନେଚ ସୁବିଧା ହୋଇ ନଥିବାରୁ ଆବର୍ଜନା ପାଣି ବଜାର ଭିତରେ ପଶିବା ସହିତ ନିକଟ ମହାଦେବ ମନ୍ଦିର ସାମ୍ନାର ପିଚୁ ରାସ୍ତା ଉପରେ ଆବର୍ଜନା ମୁତ ପାଣି ବୋହୂ ଥିବା ଫଳରେ ମନ୍ଦିର ଦର୍ଶନକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।ତେବେ ବ୍ଲକ ପରିମଳ ବିଭାଗ ଅଧିକାରୀ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ନପଡ଼ିବା ପ୍ରଶ୍ନବାଚି ସୃଷ୍ଟି କରିଛି। ତେଣୁ ଏଥି ପ୍ରତି ରାଜ୍ୟ ୫ଟି ସଚୀବ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଜନ ସାଧାରଣ ମାନେ ଦୃଢ଼ ଦାବି କରିଅଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed