May 14, 2026

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

IMG-20260511-WA0035
Share

 

କୋଟପାଡ଼:::::: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଦୁଇ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗତ ୧୦ ତାରିଖ ଦିନ ବ୍ରାହ୍ମଣଦେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବା ନିବୃତ୍ତି ପାଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନ ଓ ଶ୍ରୀ ଖଗେଶ୍ୱର ଗୋଲରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି।ଏହି ଅବସରରେ ଦୁଇ ଜଣ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ଅଗ୍ରପୂଜ୍ୟ ଗଜାନନଙ୍କ ଫୋଟଚିତ୍ରରେ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହାପରେ ଉଭୟ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କର୍ମକ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ବକ୍ତବ୍ୟ ମାଧ୍ୟମରେ କୋଟପାଡ଼ ଶିକ୍ଷା ଆକାଶରେ ଉଭୟଙ୍କ ଅବସର ଗ୍ରହଣ ଏକ ଅପୂରଣୀୟ କ୍ଷତି ବୋଲି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଅବଗତ କରିଥିଲେ। ଏହାପରେ ସଂଗଠନ ତରଫରୁ ଉପଢୌକନ, ମାନପତ୍ର, ପୁଷ୍ପମାଲ୍ୟ ଏବଂ ଉପହାର ପ୍ରଦାନ କରି ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାପତିତ୍ୱ ସଂଘ ସଭାପତି ସନ୍ତୋଷ କୁମାର ଦୁର୍ବେ କରିଥିବାବେଳେ ସଂପାଦକ ଶ୍ରୀ ତୁଲାରାମ ମାଝୀ ମଞ୍ଚାସୀନ ଥିଲେ। ଶିକ୍ଷକ ଶ୍ରୀ ବୈରିଗଞ୍ଜନ ମହାଲିକ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀ ସୁକାନ୍ତ ଭତ୍ରା, ବଦ୍ରିନାଥ ନାୟକ, ଲକ୍ଷ୍ମୀ ନାରାୟଣ ମାଝି,ତିର୍ଥବାସୀ ଚୈଧୁରୀ, ପ୍ରହ୍ଲାଦ ନାୟକ, ଡମ୍ବରୁଧର ପୂଜାରୀ, ନବୀନ ଚଲାଣ ପ୍ରମୁଖ ସହଯୋଗ କରିଥିଲେ। କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର