April 27, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦୁଇ ସଫଳ ଉଦ୍ୟମୀ ମହିଳା ଜିତେଶ୍ବରୀ ଓ ବିନି……….

IMG-20260411-WA0040
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ଲୋକାଭିମୁଖୀ “ସୁଭଦ୍ରା ଶକ୍ତି ଯୋଜନା” ମହିଳାମାନଙ୍କୁ ଆତ୍ମନିର୍ଭର କରିବାରେ ନୂତନ ଆଶା ଯୋଗାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦ ରେ ଏହି ଯୋଜନାର ଦୁଇ ମହିଳା ହିତାଧିକାରୀ ନିଜ ପ୍ରୟାସରେ ସଫଳତାର ନୂଆ ଗାଥା ଲେଖୁଛନ୍ତି। ଜଣେ ବ୍ୟୁଟି ପାର୍ଲର ସହ ଶାଢ଼ୀ ବ୍ୟବସାୟ ଚଳାଉଛନ୍ତି। ଆଉ ଜଣେ ନିଜ ଚା ଦୋକାନ ଦ୍ୱାରା ଆତ୍ମନିର୍ଭର ହୋଇଛନ୍ତି। ମହିଳା ସଶକ୍ତି କରଣର ନୂତନ ପଦକ୍ଷେପ “ସୁଭଦ୍ରା ଶକ୍ତି ଯୋଜନା” ଦ୍ୱାରା ଅନେକ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି। ସରକାର ମହିଳା ସଶକ୍ତିକରଣ ସକାଶେ ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ସଫଳତା ଆଡକୁ ଗତି କରୁଛି। ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ହେଲେ ଉମରକୋଟର ସନ୍ତୋଷୀ ନଗର ର ଜିତେଶ୍ବରୀ ବେହେରା ଜଣେ ସଫଳ ଉଦ୍ୟମୀ ମହିଳା। ସେ ନିଜ ଘରୁ ବ୍ୟୁଟି ପାର୍ଲର ଚଳାଇବା ସହିତ ଶାଢ଼ୀ ବ୍ୟବସାୟ ମଧ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାର ସାହାଯ୍ୟ ଓ ନିଜ ଆତ୍ମବିଶ୍ୱାସ ତାଙ୍କୁ ଦେଇଛି ନୂତନ ପରିଚୟ। ଏଯାଏଁ ମିଳିଥିବା କୋଡିଏ ହଜାର ଟଙ୍କା କୁ ବିନିଯୋଗ କରି ସେ ଆଜି ପଚାଶ ହଜାର ଟଙ୍କା ରୋଜଗାର କଲେଣି।

ସୁଭଦ୍ରା ଟଙ୍କା କୁ ନେଇ ଜିତେଶ୍ବରୀ ଙ୍କ ପରିଚାଳନା ଅନ୍ୟ ମହିଳା ହିତାଧିକାରୀ ଙ୍କୁ ପ୍ରେରଣା ଯୋଗାଇ ପାରୁଛି। ସେହିପରି ଆଉ ଜଣେ ଉଦ୍ୟମୀ ଯୁବତୀ ହେଲେ ବିନି ବିଶ୍ୱାସ। ଘର ପୈାର ପରିଷଦର ଡଙ୍ଗରି ଗୁଡା ୟୁଭି ୩ ନଂ ଗ୍ରାମରେ। ବିନି ଉମରକୋଟ ଅଡିଟୋରିୟମ ନିକଟରେ ନିଜେ ଗୋଟିଏ ଚା ଦୋକାନ ଖୋଲି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଛୋଟ ଉଦ୍ୟମ ହେଲେ ମଧ୍ୟ ତାଙ୍କ ପାଇଁ ଏହା ଏକ ବଡ଼ ସଫଳତା। ପାରିବାରିକ ଅସୁବିଧା ଯୋଗୁଁ ଉଚ୍ଚ ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହୋଇଥିବା ବିନି ଆତ୍ମ ସ୍ୱାଭିମାନ ର ସହ କିଛି କରିବାକୁ ଚାହୁଁଥିଲେ। ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ତାଙ୍କ ମଧ୍ୟରେ କିଛି କରିବା ପାଇଁ ଆତ୍ମ ବିଶ୍ୱାସ ଯୋଗାଇ ଥିଲା। ଛୋଟ ଚାହା ଦୋକାନ ଟିଏ ଆରମ୍ଭ କରିଥିବା ବିନି ଏବେ ଉମରକୋଟ ସହର ରେ ଏବେ ଟି ଷ୍ଟଲ ରେ ଚାହା ବିକ୍ରି କରୁଛନ୍ତି। ତାଙ୍କ ଗଭୀର ଆତ୍ମ ବିଶ୍ୱାସ ଓ କର୍ତ୍ତବ୍ୟ ପରାୟଣାତା, ପରିଶ୍ରମ ଅନ୍ୟ ଯୁବ ବର୍ଗ ଙ୍କୁ ବି ପ୍ରେରିତ କରୁଛି ଆତ୍ମ ନିର୍ଭର ହେବା ପାଇଁ। ସୁଭଦ୍ରା ଶକ୍ତି ଯୋଜନା ର ଆର୍ଥିକ ପ୍ରୋତ୍ସାହନ ରାଶିର ସୁବିନିଯୋଗ ରେ ଏହି ଦୁଇ ମହିଳାଙ୍କ ସଫଳତା ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଦେଉଛି ବୋଲି କହନ୍ତି ଉମରକୋଟ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ସଂଯୁକ୍ତା ବେହେରା। ମହିଳା ମାନେ ସାଧାରଣତଃ ସୁଭଦ୍ରା ଯୋଜନା ରେ ପାଞ୍ଚ ହଜାର ଟଙ୍କା ପାଇବା ପରେ ଏତେ କମ ଟଙ୍କାରେ କିଛି ହେଇ ପାରିବ ନାହିଁ ବୋଲି ଚିନ୍ତା କରନ୍ତି। କିନ୍ତୁ ମନରେ ଦୃଢ଼ ବିଶ୍ୱାସ ରଖି ଛୋଟ ଉଦ୍ୟମ ଆରମ୍ଭ କଲେ ତାହା ସଫଳତା ର ସିଢି ଚଢିବାକୁ ବାଟ ଦେଖାଇ ଥାଏ ଯାହା ଉମରକୋଟ ର ଦୁଇ ମହିଳା କରି ଦେଖେଇ ପାରିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ଦ୍ୱାରା ଏଭଳି ଗ୍ରାମୀଣ ମହିଳା ମାନଙ୍କୁ ଦେଖାଇ ପାରିଛି ବଂଚିବାର ଏକ ନୁଆଁ ରାହା ଜିତେଶ୍ବରୀ ବେହେରା ଓ ବିନି ବିଶ୍ୱାସଙ୍କ ଛୋଟ ଛୋଟ ଉଦ୍ୟମ ରୁ ଆରମ୍ଭ ହୋଇଥିବା ଏହି ସଫଳତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ।