ଉମରକୋଟ ରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି……..
ଉମରକୋଟ;-(ଏମ୍.ଦୀନ°ଶୁ ଆଚାରୀ) ଦିନକୁ ଦିନ ଉମରକୋଟ ଅଞ୍ଚଳରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ କିଛି ଦିନ ତଳେ ଉମରକୋଟ ଅଞ୍ଚଳରୁ ୭୦ ଲକ୍ଷ ଟଙ୍କା ଚୋରି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଉମରକୋଟ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଛି। ଯାହା ପୋଲିସ ପାଇଁ ମୁଣ୍ଡ ବଥା ପାଲଟି ଯାଇଛି। ଘଟଣା ପ୍ରକାରେ ଉମରକୋଟ ପୈାର ପରିଷଦର ମେଡିକାଲ ରାସ୍ତାରେ ରହିନ୍ତି ସସ୍ମିତା ଭୈମିକ ଓ ବାଦଲ ସରକାର। ମିଳିଥିବା ସୂଚନା ଅନୁସାରେ ସସ୍ମିତା ଗତ ୬ ତାରିଖ ଦିନ ସପରିବାର ସହ ରାଇଘର ବ୍ଲକ ଜରଜଙ୍ଗା ଗ୍ରାମକୁ କାଳିପୂଜା ଦେଖିବାକୁ ଯାଇଥିଲେ, ୮ ତାରିଖ ରାତି ୧୦ ଟା ସମୟରେ ସପରିବାର ଘରକୁ ଫେରିଥିଲେ । ଘରେ ଦେଖିଲେ ଯେ ଘରର କବାଟ ଗେଡା ତାଡି ଘର ଭିତରେ କେହି ଦୃବୃତ୍ତ ପଶି ଘର ଭିତରେ ଥିବା ୩ ଟି ଆଲମାରୀ ଭାଙ୍ଗି ସୁନାଚେନ ୨ ଟି,ସୁନା ଲକେଟ ୪ ଟା, ରୂପା ବ୍ରେସଲଟ ୧, ରୂପା ଲକେଟ ୨ଟି,ରୂପାର ଚୂଢି ୧ ଯୋଡ଼ା,ରୂପା ଚାମଚ ୧, ନଗଦ ୬୨ ହଜାର ଟଙ୍କା,ସାମସଙ୍ଗ କିପେଡ ମୋବାଇଲ,ରୂପା ଚେନ ଓ ସନାଟା ହାତଘଣ୍ଟା ଚୋରିକରି ନେଇଯାଇଥିଲେ। ଏନେଇ ସସ୍ମିତା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ଏଏସଆଇ ହରିହର ଭତରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।
