May 18, 2024

ଚର୍ଚ୍ଚାରେ କୋକୋଲୁଣ୍ଡାର ସାଂସ୍କୃତିକ କାର୍ଯ୍ୟକ୍ରମ….

Share

ବାସନ୍ତିକ ଦେବୀ ଉପାସନାର ଗଣପର୍ବ ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଗଞ୍ଜାମ ଚଳଚଞ୍ଚଳ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଶତାଧିକ ଗ୍ରାମରେ ଯଥାରୀତିରେ ପାଳନ ହୁଏ l ପାରମ୍ପରିକ ଵିଧି ଏବଂ ବିଭିନ୍ନ ପୁଞ୍ଜାର ଦିନ ସଂଖ୍ୟାର ପରିବର୍ତ୍ତନ ଥିଲେ ହେଁ ଚୈତ୍ର ମାସ ମାସନ୍ତ କିମ୍ବା ସଂକ୍ରାନ୍ତିରେ ସମାପନ ହୋଇଥାଏ ଏହି ଗଣପର୍ବ l ଏହି ସମୟର ଆଉ ଏକ ବୈଶିଷ୍ଟ୍ୟତା ହେଉଛି ମଧ୍ୟରାତ୍ର ଅଗ୍ନିଦଣ୍ଡ ଓ କାଳିକା ନୃତ୍ୟ ପରେ ଭିଭିନ୍ନ ଅନୁଷ୍ଠାନ ଦ୍ୱାରା ପରିବେଷଣ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ l ନୃତ୍ୟ, ଗୀତ ସହିତ ନାଟକ ହୁଏ ପୂର୍ବେ ବିଭିନ୍ନ କାଳ୍ପନିକ, ପୌରାଣିକ ନାଟକ ପରିବେଷଣ କରାଯାଇ ମନୋରଞ୍ଜନ ସହିତ ସମାଜ ସଂସ୍କାର ପାଇଁ ପ୍ରୟାସ କରାଯାଉଥିଲା କିନ୍ତୁ ସମୟ ସ୍ରୋତରେ ଧୀରେ ଧୀରେ ନାଟକର ସଂଜ୍ଞା ବଦଳିଯାଇଛି ଏବଂ ସମାଜର ଦର୍ପଣ ଭାବେ ବିଭିନ୍ନ ସାମାଜିକ ନାଟକ ପରିବେଷଣ କରାଯାଉଛି ଏହା ସହିତ ନାନା ପ୍ରକାର ନୃତ୍ୟ, ସଂଗୀତର କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ସେଥିରେ କେତେ ଶାଳୀନତା କେତେ ଅଶ୍ଳୀଳତା ଅନେକ ପ୍ରଶ୍ନବାଚୀ ଥିଲା ବେଳେ କୋକୋଲୁଣ୍ଡା ନିଜର ଅସ୍ତିତ୍ୱ ବଞ୍ଚାଇ ରଖିଛି ପାରମ୍ପରିକ ଢଙ୍ଗରେ ଅଧ୍ୟାତ୍ମିକ ଶବ୍ଦ ସଂଯୋଜନା ସହ ଉପସ୍ଥାପନା, ଜଗନ୍ନାଥ ଜଣାଣ ଏବଂ ଶାଳୀନତା ପୂର୍ବକ ନୃତ୍ୟ ପରିବେଷଣ ଏକ ଭିନ୍ନ ବାତାବରଣ ସୃଷ୍ଟି କରୁଛି l ଚଳିତ ବର୍ଷ ନାଟକ ପରିବେଷଣରେ ମଧ୍ୟ କୋକୋଲୁଣ୍ଡା ନିଜ ଉତ୍କର୍ଷତା ପ୍ରତିପାଦିତ କରୁଅଛି ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଧେଶକ ଶାନ୍ତନୁ ଓଝାଙ୍କ ବଳିଷ୍ଠ ନିର୍ଦ୍ଧେଶନା ରେ କୋକୋଲୁଣ୍ଡାର ବରିଷ୍ଠ କଳାକାର ବାବୁଲା,ହିମାଂଶୁ ଖଳ ଚରିତ୍ର ସଞ୍ଜୟ, ବିକ୍ରମ, ହାସ୍ୟ ଅଭିନେତା ଖ୍ୟାତନାମ କଳାକାର ଶିବରାମ ରାଉତ ଓ ରିଙ୍କୁ ବରାଡ଼ ଏବଂ ନାୟକ ଭୂମିକାରେ ଅବତୀର୍ଣ୍ଣ ସ୍ବସ୍ତି ସୁନ୍ଦର ଓ ଅଶ୍ୱିନୀଙ୍କ ନିଖୁଣ ଅଭିନୟ ନାଟକ କୁ ଜୀବନ୍ତ କରିବା ସହ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇ ପାରୁଛି l ଅଞ୍ଚଳର ସମାଜସେବୀ ତଥା ଭଗବତ ପ୍ରେମୀ ସ୍ବସ୍ତି ସୁନ୍ଦରଙ୍କ ଶବ୍ଦ ସଂଯୋଜନା ଓ ସଂଳାପ ପରିବେଷଣ ନାଟକକୁ ଅଧିକା ରମଣୀୟ କରୁଅଛି,ପ୍ରସିଦ୍ଧ ନୃତ୍ୟ ସଂଗଠନ ବି ଏମ ଡାନ୍ସ ଗ୍ରୁପ କରଞ୍ଜିଆର ନୃତ୍ୟ ଶିଳ୍ପୀ କାଜଲ ଓ ବିକିଙ୍କ ଯୋଡି ସୁନ୍ଦର ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହୁଛି l ସଭ୍ୟତାର ବିକାଶ ନାମରେ ପରିବର୍ତ୍ତନକୁ ଆପଣାଇ ନଗ୍ନତା ଆଡକୁ ଯାଉଥିବା ବେଳେ କୋକୋଲୁଣ୍ଡା ବିଶ୍ୱନାଥ ନାଟ୍ୟ ସଙ୍ଘ ଓ କଳାକାର ମାନେ ଉଭୟ ପ୍ରାଚ୍ୟ ଓ ପ୍ରାଚୀନକୁ ଗୁରୁତ୍ୱଦେଇ ନାଟକ ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବା ପ୍ରଶଂସନୀୟ ଅଟେ l
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)