ସାରଳା ପବ୍ଲିକସ୍କୁଲ ର ଶିକ୍ଷାପରିଭ୍ରମଣ ..
ତିର୍ତ୍ତୋଲ ତା 10/1/2026 ପରିଭ୍ରମଣ ମାଧ୍ୟମରେ ବିଦ୍ୟାର୍ଥୀମାନେ ପ୍ରତକ୍ଷ୍ୟ ଜ୍ଞ୍l ନ ଅର୍ଜ୍ଜନ ର ସୁଯୋଗ ଲାଭ କରିଥାନ୍ତି l ସେଥିପାଇଁ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ର ଚାଳିଶଜଣ ଛାତ୍ରଛାତ୍ରୀ ଓ ପଇଁତିରିଶ ଜଣ ଅଭିଭାବକ ଙ୍କ ସହିତ ସମସ୍ତ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଗତ ଶନିବାର ଦିନ ପୂର୍ବାହ୍ନ ରେ ଶିକ୍ଷାପରିଭ୍ରମଣ ରେ ବାହାରି, ପାରାଦ୍ୱୀପ ବନ୍ଦର, ନେହେରୁବଙ୍ଗଳା ର ସମୁଦ୍ର ବେଳାଭୂମି, ହନୁମାନଜୀ ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଶିଆଳି ବେଳାଭୂମି ପରିଦର୍ଶନ କରି ଫେରିଆସିଛନ୍ତି l ଏହି ଗ୍ରସ୍ତକାର୍ଯ୍ୟକ୍ରମ କୁ ପରିଚାଳନା କମିଟି ର ସଭାପତି ଲକ୍ଷ୍ମୀଧର ମହାପାତ୍ର, ସମ୍ପାଦକ ତଥା ତିର୍ତ୍ତୋଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣପ୍ରସାଦ ସାହୁ,ଉପସଭାପତି ପ୍ରତାପ ଚନ୍ଦ୍ର ପରିଜା, କୋଷାଧକ୍ଷ ନିରଞ୍ଜନ ସାହୁ, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସାହୁ ଓ ଶିକ୍ଷୟତ୍ରୀ ପ୍ରଣୀତl ମହାନ୍ତି, କଳ୍ପନାରାଣୀ ଜେନା, ଅଟିଆ ପରବିନ, ମୋନାଲିସା ରଣା, ମିତାଲି ମଧୁସ୍ମିତା ବେହେରା, ସସ୍ମିତା ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷାକର୍ମୀ ରଞ୍ଜିତା ଦାସ, ଲକ୍ଷ୍ମୀପ୍ରିୟା କୁଅଁର, ତୋଫାନ ଦାସ ଓ ବିଜୟ କୁମାର ସେଠୀ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ l ଏହି ଅବସରରେ ପିଲାମାନେ ଶିଳ୍ପନଗରୀ ପାରାଦ୍ୱୀପ ର ବିଭିନ୍ନ କଳକାରଖାନା ମଧ୍ୟ ପରିଦର୍ଶନ କରିଥିବାର ଜଣାଯାଇଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
