April 24, 2026

ଧର୍ମପ୍ରାଣା ଅନୁସୂୟା ପରିଜା ଙ୍କ ପରଲୋକ…

IMG-20260111-WA0143
Share

ତିର୍ତ୍ତୋଲ-ତା11/1/2026 ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ବଂଶଧର ଆଦର୍ଶଗୃହିଣୀ, ପତିବ୍ରତା, ଧର୍ମପ୍ରାଣା, ମହିୟସୀ ମହିଳା ଅନୁସୂୟା ପରିଜା (67) ଙ୍କ ର ଗତ ରବିବାର ପୂର୍ବାହ୍ନରେ ହୃଦଘାତ ରେ ପରଲୋକ ହୋଇଯାଇଛି l ସାରଳାଦାସ ଙ୍କ ଜନ୍ମମାଟି ବଡ଼ସରୋଳ, କାଳୀନାଗ ସ୍ଥିତ ଗାଦିଘର ସମ୍ମୁଖସ୍ଥ ନିଜ ବାସଭବନ ରେ ପରଲୋକ ହେବାର ଖବର ପାଇ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, କ୍ଷେତ୍ରମୋହନ ସାହୁ, ସାମ୍ବାଦିକ ଗିରିଜା ପ୍ରସାଦ ମହାନ୍ତି,ସୌମ୍ୟରଞ୍ଜନ ପଟ୍ଟନାୟକ, ମମତା ପଟ୍ଟନାୟକ, ମୌସୁମୀ ପରିଜା, ସୁମିତ ପରିଜା, ଫନୀ ପରିଜା, ଆୟୁଷ୍ମାନ ପରିଜା, ଅତିସ ପରିକା, ଆଦିତ୍ୟ ପରିଜା ପ୍ରଦୀପ୍ତ ପରିଜା, ସଙ୍ଗୀତ ପରିଜା ଓ ସତ୍ୟଜିତ ପରିଜା ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ତାଙ୍କ ସ୍ୱାମୀ ସନ୍ତୋଷ ପରିଜା ଙ୍କ ସମେତ ଶୋକାକୁଳ ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଓ ସମବେଦନା ଜ୍ଞ୍ୟାପନ କରିଥିଲେ l ଗ୍ରାମ୍ୟଶ୍ମାଶନ ରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ ଅମିତ ପରିଜା ମୁଖାଗ୍ନି ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର