April 27, 2026

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ଉପବାସ ଓ ସାଙ୍କେତିକ ପ୍ରତିବାଦ 

IMG-20260111-WA0141
Share

 

ଖୋର୍ଦ୍ଧା -(ପ୍ରିୟଙ୍କା ମହାପାତ୍ର)- ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଓ ବରିଷ୍ଟ କଂଗ୍ରେସ ନେତା ବେଗୁନିଆ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ନରେଗା ଯୋଜନା ନାମ ଓ ନୀୟମ ପରିବର୍ତ୍ତନ ବିରୋଧରେ ବେଗୁନିଆ ବ୍ଲକ ଛକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ଉପବାସ ଓ ସାଙ୍କେତିକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମକୁ ପରିବର୍ତ୍ତନ କରି ଜିରାମଜି ନାମକରଣ କରିବା ପ୍ରତ୍ୟେକ ଦେଶବାସୀଙ୍କ ମହାତ୍ମା ଗାନ୍ଧୀଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା ପ୍ରତି କୁଠାରଘାତ । ମନରେଗା ଯୋଜନା କେବଳ ଏକ ଯୋଜନା ନୁହେଁ ଏହା ନିଶ୍ଚିତ ଶ୍ରମ ଅଧିକାରର ଏକ ବିଚାର । ନୂତନ ଯୋଜନାରେ ଶ୍ରମିକଙ୍କ ଅଧିକାରକୁ ହନନ କରିବା ସହ ଅନୁଦାନ ରାଶି ରାଜ୍ୟ ଉପରେ କେନ୍ଦ୍ର ସରକାର ଲଦି ଦେଇଛନ୍ତି । ମନରେଗା କୋଟି କୋଟି ଗରିବ, ଅସହାୟ ଓ ଶ୍ରମିକଙ୍କ ପାଇଁ ବରଦାନ ଥିଲା । ନିଶ୍ଚିତ ଶ୍ରମ ଅଧିକାର ଆଇନର ସୁରକ୍ଷା ପାଇଁ କଂଗ୍ରେସ ଦଳ ଦେଶବ୍ୟାପି ଅହିଂସା ଉପାୟରେ ଅଭିଯାନ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ମହୀମୁଦିନ ଅହମାଦ, କାଲେନ୍ଦିଚରନ୍ ମହାପାତ୍ର, ଟିମା ମାଝୀ,ମାନସ ବହୁବଳେନ୍ଦ୍ର ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ.