September 8, 2026

ସମୀର ଦିବ୍ୟାଙ୍ଗ ଆଶ୍ରମରେ “ସହୟୋଗ ପଦ୍ମପୁର”ର ନୂଆଁଖାଇ ଭେଟି

IMG-20260908-WA0056
Share

 

 

ପଦ୍ମପୁର :(ଜୟନ୍ତ କୁମାର ସେଠ) ମହାନ ଗଣପର୍ବ ନୂଆଁଖାଇ ଅବସରରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ସହୟୋଗ ପଦ୍ମପୁର” ପକ୍ଷରୁ ଆଗଲପୁର ବ୍ଲକ୍‌ ବାଘଝୁଲାସ୍ଥିତ ସମୀର ଦିବ୍ୟାଙ୍ଗ ଆଶ୍ରମର ଅନ୍ତେବାସୀମାନଙ୍କୁ ନୂଆଁଖାଇ ଭେଟି ସ୍ୱରୂପ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।ଏହି ଅବସରରେ ଅନୁଷ୍ଠାନର ସଦସ୍ୟମାନେ ଆଶ୍ରମର ଅନ୍ତେବାସୀମାନଙ୍କ ସହ ଖୁସି ବାଣ୍ଟିଥିଲେ। ସଦସ୍ୟମାନଙ୍କ ଉପସ୍ଥିତି ଅନ୍ତେବାସୀମାନଙ୍କ ମୁହଁରେ ହସ ଫୁଟାଇଥିବା ବେଳେ ସମସ୍ତଙ୍କ ମନରେ ମଧ୍ୟ ଆନନ୍ଦ ଭରି ଦେଇଥିଲା।