August 10, 2026

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି 

IMG-20260810-WA0113
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ କୁଡ଼ିଆ ପୋଲ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ଦୁଇଜଣଙ୍କ ମଧ୍ୟରୁ ଜଣେ ବାଲିଆପାଳ ଥାନା ଅଧୀନ ମଝିପଡ଼ା ଗ୍ରାମର ହୋଇଥିବା ବେଳେ ଅନ୍ୟଜଣ ହଳଦୀପଦା ଖଣ୍ଡାହାର ଗ୍ରାମର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁଇ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଆହତଙ୍କ ସମ୍ପୂର୍ଣ୍ଣ ପରିଚୟ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।

You may have missed