August 10, 2026

ସରକାରୀ ଜମିକୁ ଜବରଦଖଲ କରିଛନ୍ତି ଗାଁ ମୁଖିଆ  ସରକାରୀ ଜମିକୁ ଜବରଦଖଲ ଅବରୋଧର ଶିକାର ପାଞ୍ଚ ପରିବାର 

IMG-20260810-WA0112
Share

 

 

 

କେନ୍ଦ୍ରାପଡ଼ା ( ଦେବାଶିଷ ଦାଶ )

 

ଘର ସମ୍ମୁଖରେ ମାଟି ପୋଟି ଝଟା ପକାଇ ଅବରୋଧ କରିଛନ୍ତି ଘରୁ ବାହାରକୁ ବାହାରିବା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଖାଲିଯେ ରାସ୍ତା ଅବରୋଧ କରିଛନ୍ତି ତାହା ନୁହେଁ ସରକାରୀ ଜମିରେ କଂକ୍ରିଟ ଗୃହ ନିର୍ମାଣ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ କାଙ୍କଦିଆ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସେହି ଗ୍ରାମର ରଶ୍ମିତା ଜେନା, ନିର୍ମଳା ଜେନା,ପ୍ରତିମା ଜେନା, ହେମଲତା ଜେନା,ଗୋଲାପ ଜେନା ଙ୍କ ଘର ସମ୍ମୁଖ ରାସ୍ତା ଅବରୋଧ କୁ ବିରୋଧ କରିବାରୁ ଅପରପକ୍ଷ ସୌଦାଗର ଜେନାଙ୍କ ପରିବାର ଧମକ ଚମକ୍ ଦେଉଥିବା ରାଜନଗର ଥାନାରେ ଅଭିଯୋଗ ହୋଇଛି। ଉକ୍ତ ପାଞ୍ଚ ପରିବାର ଏନେଇ ରାଜନଗର ତହସିଲ୍,ଉପଜିଲ୍ଲାପାଳ,ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ଘଟଣା ସ୍ଥଳରେ ସ୍ଥାନୀୟ ରାଜନଗର ଆର୍ ଆଇ ପହଞ୍ଚି ରିପୋର୍ଟ ଦେବା ପରେ ତହସିଲଦାର ବେଆଇନ ଘର ନିର୍ମାଣ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସୌଦାଗର ଜେନା ପ୍ରଶାସନ ନିର୍ଦ୍ଦେଶ କୁ ଫୁ କରି ଜୋର୍ ଜବରଦସ୍ତ ଘର ନିର୍ମାଣ କରୁଥିବା ଦେଖିବାକୁ ମିଳିଛି

ଯାହା ଫଳରେ ଚିନ୍ତାରେ ପଡ଼ିଛନ୍ତି ପାଞ୍ଚ ପରିବାର । ଘର ସମ୍ମୁଖ ଏବେ ସମ୍ପୂର୍ଣ୍ଣ ଅବରୋଧ ହେଉଥିବାରୁ ପରିବାର ଲୋକେ ଘରୁ ବାହାରକୁ ବାହାରିବା ବନ୍ଦ ହୋଇ ପଡିଛି । ଅନ୍ୟପଟେ ସୌଦାଗର ଉକ୍ତ ସ୍ଥାନ କୁ ନିଜସ୍ୱ ପ୍ଲଟ ବୋଲି ଦାବି କରିଥିବା ବେଳେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

You may have missed