July 1, 2026

କୋରାପୁଟ ଜିଲ୍ଲା ର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ 

IMG-20250810-WA0057
Share

 

 

କୋରାପୁଟ (ହରିଶ କୁମାର ପଟନାୟକ ) : ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲ୍ଳା ର ନୂଆ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଏଥି ପୂର୍ବ ରୁ ସେ ସୁନ୍ଦରଗଡ଼ ଜିଲ୍ଳା ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ I ଏଠାରେ ଯୋଗ ଦେବା ପରେ ଜିଲ୍ଳା ରେ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟ କୁ ଅଧିକ ତ୍ୱରାନ୍ବିତ କରାଯିବ I ସରକାରୀ କାର୍ଯ୍ୟ ରେ ସଚ୍ଛତା ଓ ସମାୟାନୁବର୍ତ୍ତୀତା ଅଳମ୍ବନ ସହ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ I ଜନସାଧାରଣ ଙ୍କ ନିକଟ ରୁ ଆସୁଥିବା ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି କହିଥିଲେ I ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଫୋକସ ରହିବ I ଜିଲ୍ଳା ରେ ଚାଲୁଥିବା ପ୍ରକଳ୍ପ ଗୁଡିକ ଯେପରି ସଠିକ ସମୟ ରେ ଶେଷ ହେବ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ I