April 29, 2026

ମନୋଜ ନାଏକ ହେଲେ ବ୍ଲକ୍ କଂଗ୍ରେସ ସଭାପତି, ଦଳରେ ବଢିଲା ଉତ୍ସାହ

IMG-20250810-WA0012
Share

 

 

ସମ୍ବଲପୁର,୧୦/୮(): ଜମନକିରା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋଜ ନାଏକଙ୍କୁ ମନୋନୀତ କରାଯାଇଛି । ମନୋଜ ଜଣେ ସମାଜସେବୀ ଓ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତ ର ସମିତିସଭ୍ୟ ଭାବେ ତାଙ୍କର ଖ୍ୟାତି ରହିଛି।ଶୁକ୍ରବାର ଜମନକିରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ବ୍ଲକ କଂଗ୍ରେସ ସଙ୍ଗଠନକୁ ପୂର୍ବାପେକ୍ଷା ଆହୁରି କ୍ରିୟାଶୀଳ କରିବାକୁ ମତ ପ୍ରକାଶ ପାଇଥିଲା। ଗାଁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ସହ ଗାଁର ଉନ୍ନତି ପାଇଁ ସଂକଳପବଦ୍ଧ ହେବାକୁ ଆହ୍ବାନ ଦିଆଯାଇଛି।

 

ପୂର୍ବତନ ବ୍ଲକ ସଭାପତି କେଦାରନାଥ ବରିହା, ଧନେଶ୍ଵର ପଧାନ, ସରୋଜ ପଟ୍ଟନାୟକ, ଥବିର୍ ଜୟପୁରିଆ, ଜଗଦାନନ୍ଦ ମହାପାତ୍ର, କିଶୋର ନାଏକ, ଅଶୋକ ଦାନୀ, ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ |