ଆଜିର ଖବର
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବ। ତା ପ୍ରଭାବରେ ୧୨ ତାରିଖରୁ ବର୍ଷା ହେବ।
ଗତକାଲି ରାଜ୍ୟର ୧ କୋଟି ମହିଳା ପାଇଲେ ସୁଭଦ୍ରା ତୃତୀୟ କିସ୍ତିର ମାଗଣା ଟଙ୍କା
ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଲା। ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲାଯିବ।
ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ଵ ଖେଳକୁଦ କଣ୍ଟିନେଣ୍ଟାଲ ଟୁର୍। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶ
ସ୍ବାୟତ୍ତ ଶାସନ ଦିବସ ଧୁମ୍ଧାମ୍ରେ ପାଳନ ହେବ। ସହରାଞ୍ଚଳବାସୀଙ୍କୁ ବଡ଼ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମାଝୀ
ଓଡିଶା ପୋଲିସର ଅପରେସନ୍ ‘ଗରୁଡ଼’ରେ ପ୍ରଥମ ସପ୍ତାହରେ ୧୨୯ ଜଣ ଗିରଫ ହେଲେ
ଜୟପୁରରୁ ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି କହିଲେ ସରକାର
ବାଲେଶ୍ଵର ଜଳେଶ୍ଵରରେ ଜାଲରେ ପଡ଼ିଛି ଦୁଇଶହ କିଲୋର ବିରଳ ଚିଲ ଶଙ୍କର ମାଛ। ବଡ଼ ବ୍ୟବସାୟୀ କରୁଛନ୍ତି ମୁଲଚାଲ
ନବରଙ୍ଗପୁରରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନର୍ସିଂ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ
ପୁରୀରେ ଜଗନ୍ନାଥ ପୁଲିସ ଲାଞ୍ଚ ନେଉଥିବା ଅଭିଯୋଗ। ଜିଲ୍ଲାପାଳଙ୍କ ପାଖରେ ୫୦ରୁ ଅଧିକ ଭକ୍ତ ଅଭିଯୋଗ କଲେ
ନବରଙ୍ଗପୁର ତହସିଲଦାର ଭାବେ କାର୍ଯ୍ୟରତ କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ହୋଇଛି।
ଭୁବନେଶ୍ଵରର ପାତ୍ରପଡ଼ାରେ ମାମୁଁ ଘରେ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣାରେ ଝିଅ ମୃତ, ମା’ ଓ ପୁଅ ଗୁରୁତର।
ଗଜପତି ଜିଲ୍ଲାରେ ଅଧରାତିରେ ଛଟପଟ ପ୍ରସୂତି। ରାସ୍ତାରେ ୧୦୮ ଆମ୍ବୁଲାନ୍ସ ରଖି ଶୋଇପଡ଼ିଲା ମଦୁଆ ଡ୍ରାଇଭର।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତ ଚାଲିଛି, ଏପର୍ଯ୍ୟନ୍ତ କିଛି ଜଣା ପଡୁନାହିଁ
ମାଲକାନଗିରିରେ ବିରଳ ଫ୍ଲାପସେଲ୍ କଇଁଛ ଶିକାର ଅଭିଯୋଗରେ ଜଣଙ୍କୁ ଗିରଫ କଲା ବନ ବିଭାଗ।
ବାଲେଶ୍ଵର ନୀଳଗିରିରେ ଅପାଣିୟା ଭୂତ ଭୟରେ ଜୀବନ ବଞ୍ଚାଇବାକୁ ମନ୍ଦିରରେ ଆଶ୍ରୟ ନେଲେ ପରିବାର
କୋରାପୁଟ ଶିମିଳିଗୁଡା ଯାଉଥିବା ଅଦା ବୋଝେଇ ଟ୍ରକ୍ରୁ ଲୁଟ୍ ଉଦ୍ୟମ ବିଫଳ, ବନ୍ଧା ହେଲେ ୪ ନକଲି ପୋଲିସ।
ଝାରସୁଗୁଡାରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ। ମୂଲ୍ୟ ୧୦ ଲକ୍ଷ ଟଙ୍କା ଆକଳନ। ବ୍ରଜରାଜନଗର ର ୬ ଜଣ ଗିରଫ
ଜଗତସିଂହପୁର କୁଜଙ୍ଗ ଚାନ୍ଦପୁରରେ ଦଶାହ କର୍ମବେଳେ ତାଳଦଣ୍ଡା କେନାଲରେ ବୁଡ଼ିଗଲେ ଯୁବକ।
ଆଜିଠାରୁ ବେଙ୍ଗାଲୁରୁ- ବେଲାଗାଭି, ଅମୃତସର- ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)-ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ
ରାଜସ୍ଥାନର ସବ-ଇନସ୍ପେକ୍ଟର ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପିଏସଓ ଗିରଫ ହେଲେ
ମୁମ୍ୱାଇ ଏୟାରପୋର୍ଟରେ ନେଟୱର୍କ ବିଫଳ ହୋଇ ଉଡାଣ ପ୍ରଭାବିତ। ଅନେକ ବିମାନ ବିଳମ୍ବ ହୋଇଗଲେ
ଦିଲ୍ଲୀର ଜୈତପୁରର ହରି ନଗରରେ ମନ୍ଦିର କାନ୍ଥ ଭୁଶୁଡ଼ିଗଲା, ୮ ଜଣ ମୃତ।
ରେଳବାଇର ନୂଆ ସ୍କିମ ଆସୁଛି।ଏକ ସାଙ୍ଗରେ ଯିବା ଆସିବା ପାଇଁ ଟିକେଟ୍ ବୁକ୍ କଲେ ୨୦% ରିହାତି ମିଳିବ। କିନ୍ତୁ ପରେ କ୍ୟାନସଲ କରିହେବନି
ଆଜି ଅନ୍ତର୍ଜାତୀୟ ସିଂହ ଦିବସ
ବିଶ୍ୱ ବାୟୋ ଫୁଏଲ ଦିବସ
ଇକୁଏଡର ଦେଶର ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଭି.ଭି ଗିରି (ଚତୁର୍ଥ ରାଷ୍ଟ୍ରପତି), ଫୁଲନ ଦେବୀ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ,
ଇତିହାସରେ ଆଜି: (୧୯୭୯) ଭାରତ ଦ୍ୱାରା ଏସଏଲଭି ସାଟେଲାଇଟ ୩ ଲଞ୍ଚ ହେଲା/ (୨୦୧୦) ଭାରତ ଦ୍ୱାରା ଉପଗ୍ରହ ସ୍ଥାପନା ସିଷ୍ଟମ ‘ଗଗନ’ ର ସଫଳ ପରୀକ୍ଷା ହେଲା
=======================
*ବନ୍ଦେ ଉତ୍କଳ ଜନନୀ*
