କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କାହା ସ୍ୱାର୍ଥ ପାଇଁ –

IMG-20250801-WA0063
Share

(ଏସଟି ଓ ଏସସି ପିଲାଙ୍କ ଉନ୍ନତି ପାଇଁ ନା ବାହାର ରାଜ୍ୟର ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଥଇଥାନ ପାଇଁ )

 

କୋରାପୁଟ(ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ ଢ଼ାମଣାହାଣ୍ଡି ଗ୍ରାମରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ବହୁ ଦିନ ଧରି ପିଲାଙ୍କୁ ନିମ୍ନମାନର ଖାଦ୍ୟ

ଦିଆଯାଉଛି।ସ୍କୁଲ ଗାଡି ସମେତ

ସିକ୍ଯୁରିଟି ପିଲାଙ୍କୁ ନିଜ ବ୍ୟକ୍ତି ଗତ କାମରେ ଲଗାଉଛନ୍ତି। ଗଣେଶ ପୂଜା ସ୍କୁଲ ରେ ହଉନାହିଁ ସ୍କୁଲ ର ବାର୍ଷିକ ଉତ୍ସଵ ରେ କୌଣସି ଅବିଭାବକ କିମ୍ବା ଲୋକ ପ୍ରତିନିଧିଙ୍କୁ ଖବର ଦିଆଯାଉ ନାହିଁ I ଏହି ସବୁ ଅବ୍ୟବସ୍ଥା କୁ ନେଇ ଜୟପୁର ପିଏ ଆଇଟିଡିଏ ଙ୍କ ଦ୍ବାରସ୍ଥ ହୋଇଛନ୍ତି ଅବିଭାବକ।ଉକ୍ତ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ୩୬୦ ଜଣ ଅଧ୍ୟୟନ କରୁଥିବା ଛାତ୍ରୀ ଛାତ୍ର ଙ୍କୁ ପାଣିଆଡାଲି ରେ ବୋଇତାଳୁ ମିଶାଇ ଖାଇବାକୁ

ଦିଆଯାଉଛି।ସକାଳ ସମୟ ରେ ବାସି ପଖାଳ ଦିଆଯାଉଛି ଏବଂ ଅଭିଯୋଗ କଲେ ଆମର କେହି କିଛି କରି ପାରିବେ ନାହିଁ ବୋଲି ଉତ୍ତର ମିଳୁଛି।କେନ୍ଦ୍ର ସରକାରଙ୍କ ଅଧୀନ ରେ ଏହି ସ୍କୁଲ ଚାଲୁଛି ବୋଲି ସ୍କୁଲ କର୍ତ୍ତୁପକ୍ଷ ଙ୍କ ଠାରୁ ଉତ୍ତର ମିଳୁଛି ବୋଲି ଅବିଭାବକ ମାନେ ନିଜ ନାମ ଗୋପନ ରଖିବା ସର୍ତ୍ତ ରେ ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣାଯାଇଛି।ସ୍କୁଲର ଅନିୟମିତତା ଗୁଡିକ ଲୋକ ଲୋଚନ କୁ ଆସିବା ଭୟରେ ସି ସି କ୍ୟାମେରା ର ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହେଉଛି।ମେସ ଇନଚାର୍ଜ ତଥା ଭାଇସ ପ୍ରିନସିପାଲ ଶୁଭମ ଯାଦବ ଓ ପ୍ରିନସିପାଲ କୌଣସି ଜନ ପ୍ରତିନିଧି,ଅବିଭାବକ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖାଲି ଭୁଆଁ ବୁଲେଇ ବାରେ ଲାଗିଛନ୍ତି।ଏହି ସ୍କୁଲ ପାଇଁ କିଣା ଯାଉଥିବା ଚାଉଳ ପନିପରିବା ଇତ୍ୟାଦି ର ଖାତା ପତ୍ର କୁ ସ୍ଵତନ୍ତ୍ର ଅଡିଟ କରାଗଲେ ସମସ୍ତ ରହସ୍ୟ ଲୋକ ଲୋଚନ କୁ ଆସି ପାରିବ ବୋଲି ଜନସାଧାରଣ ରେ ଦାବି ହେଉଛି।ସରକାର ଅନୁ ସୂଚିତ ଜନଜାତି ଓ ଅନୁସୂଚିତ ଜାତି ର ପିଲାଙ୍କ ଉନ୍ନତି ସକାଶେ ଏହି ସ୍କୁଲ ର ବ୍ୟବସ୍ଥା କରିଛନ୍ତି ନା ବାହାର ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଥଇଥାନ ନିମନ୍ତେ ଏହି ସ୍କୁଲ ଖୋଲା ଯାଇଛି ବୋଲି ବୁଦ୍ଧିଜିବି ମହଲରେ ମତ ପ୍ରକାଶ ପାଉଛି।ଏ ନେଇ ପ୍ରିନସିପାଲ ନିରଞ୍ଜନ ନିରାଲା ଙ୍କୁ ଯୋଗାଯୋଗ କରିବାରୁ ଏହି ସ୍କୁଲ ତଦାରଖ କରିବା ପାଇଁ ଏଠାରେ କେହି ନାହାନ୍ତି ମୋ ସ୍ତରର ସବୁ କିଛି କମିଶନର ଅଜିତ ଶ୍ରୀ ବାସ୍ତବ ପାଖରେ ଅଭିଯୋଗ କରନ୍ତୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇ ଥିବାର ଜଣାଯାଇଛି।ଏ ନେଇ ପିଏ ଆଇଟିଡିଏ ତୃପ୍ତି ବରେଇ ଙ୍କୁ ଯୋଗାଯୋଗ କରିବାରୁ ଏହାର ନିରପେକ୍ଷ ତଦନ୍ତ ଜାରି ରହିଛି ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ବେଳେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡି ଏବଂ ବ୍ଲକ ମଙ୍ଗଳ ଅଧିକାରୀ ଆକାଶ ଜେନା ସ୍କୁଲ କୁ ଯାଇ ପିଲାଙ୍କ ସମସ୍ୟା ପଚାରି ବୁଝି ଛନ୍ତି ଏବଂ ଅସନ୍ତୋଷ ଥିବା ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣା ଯାଇଛି.