December 4, 2024
Share

ଆମ ପୁଲିସ ର ବୈଠକ….
ରାଉରକେଲା/ସେକ୍ଟର ୧୯ ଥାନା ପରିସରରେ ଥାନା ଓ ଆମ ପୁଲିସର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡଃ ସୁମନ ଦତ୍ତ ସ୍ବାଗତ ଭାଷଣ ରଖବା ସହ ଆମ ପୁଲିସର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଥାନା ପକ୍ଷରୁ ଏସଆଇ ରଂଜିତ ପ୍ରଧାନ କହିଲେ ଯେ ସେକ୍ଟର୧୯ ଥାନା ଅଧିନରେ ଥିବା ବିଭିନ୍ନ ଅଂଚଳରେ ହୋଇଥିବା ଅପରାଧିକ ମାମଲା ହ୍ରାସ ପାଉଥିବା ବେଳେ ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ପୁଲିସର ଦାୟିତ୍ୱ ଯେତିକି ଜନସାଧାରଣଙ୍କ ଦାୟିତ୍ୱ ସେତିକି। ତେଣୁ ଉଭୟଙ୍କ ମଧ୍ୟରେ ସମନ୍ବୟ ରହିଲେ ଅପରାଧ ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇସ୍ପାତ ମାର୍କେଟର ସଭାପତି ସୁଜିତ ସ୍ବାଇଁ, ସାଧାରଣ ସଂପାଦକ ସନ୍ତୋଷ ସ୍ବାଇଁ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପ୍ରଧାନ, ଚନ୍ଦ୍ରଶେଖର ଶତପଥୀ, ଗଣେଶ ଜୟସିଂହ, ନିହାର ଦାସ, ମନୋଜ ନାୟକ, ଚନ୍ଦ୍ରକାନ୍ତ ସାହୁ, ସଂଜୀବ ନାୟକ ପ୍ରମୁଖ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା କରୁଥିବା ଥାନା ପ୍ରଭାରୀ ଶ୍ରୀମତୀ ରାଉତ ଥାନା ପୁଲିସ ସହ ଆମ ପୁଲିସର ସମନ୍ବୟକୁ ଗୁରୁତ୍ବ ଦେବା ସହ ଇସ୍ପାତ ମାର୍କେଟ ରେ ସିସି କ୍ୟାମେରା ଲଗାଇବା, ମୁଣ୍ଡା ମାର୍କେଟର ସମସ୍ୟା ଓ ବିଭିନ୍ନ ଅପରାଧ କୁ ରୋକିବା ପାଇଁ ସେ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ। ଜନସାଧାରଣ ଓ ପୁଲିସ ମଧ୍ୟରେ ସମନ୍ବୟ ରହି ପାରିଲେ ଅପରାଧ ହ୍ରାସ ପାଇବ ବୋଲି ମତ ରଖିଥିଲେ । ଏହି ଅବସରରେ ଆମପୁଲିସ ତରଫରୁ ଶ୍ରୀମତୀ ରାଉତ ଓ ଇସ୍ପାତ ମାର୍କେଟର ନବନିର୍ବାଚିତ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶେଷରେ ଆମପୁଲିସ ତରଫରୁ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବସନ୍ତ ନାୟକ, ଗଣେଶ ପଣ୍ଡା,ସନ୍ତୋଷ ରାଉତ, ସଞ୍ଜିବ ପଣ୍ଡା, ସଞ୍ଜୟ ରଜାକ,ପ୍ରମୋଦ ସେଠୀ, ଥାନା ପକ୍ଷରୁ ଏଏସଆଇ ସୁଷମା ସାହୁ, ଏଏସଆଇ ରୁଦ୍ର ଦାସ , ଗୀତାଞ୍ଜଳୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।                                              .                                              ସସ୍ମିତା ପ୍ରଧାନ, ରାଉରକେଲା