ନିଆଳିରେ 5Tସଚିବ ଭି କେ ପାଣ୍ଟି ଅନେ

ନିଆଳିରେ 5Tସଚିବ ଭି କେ ପାଣ୍ଟି ଅନେ
ନିଆଳି :ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଆଜି ଅପରାହ୍ନରେ 5T ଟି ସଚିବ ଭି କେ ପାଣ୍ଡିଆନ୍ ନିଆଳିରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଲୋକଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ନିଆଳି ଅଚିନା ପଡ଼ିଆରେ ଆୟୋଜିତ ଅଭିଯୋଗ ଶୁଣାଣୀ ଶିବିରରେ 5T ଟି ସଚିବ ଲୋକଙ୍କ ନିକଟରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।
ପରେ ଫାଇଭ ଟି ସଚିବ ସଡ଼କ ପଥରେ ଜଗନ୍ନାଥଙ୍କ ମାମୁଁଘର ଭାବେ ଖ୍ୟାତ ମାଧବ ମନ୍ଦିର ଗସ୍ତ କରିଥିଲେ। ସୂଚନାଯୋଗ୍ୟ ମାଧବ ମନ୍ଦିରକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ସରକାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ଗସ୍ତ ସମୟରେ ସଚିବ ମନ୍ଦିରର ସେବାୟତ,ଟ୍ରଷ୍ଟରେ ସଦସ୍ୟ ଓ ବୁଦ୍ଧିଜୀବିଙ୍କ ସହ ଆଲୋଚନା କରିଥିଲେ। (ପ୍ରଫୁଲ୍ଲ ସେଠୀ ନିଆଳି)