March 9, 2026
IMG-20230810-WA0000
Share

ବାପା ହାତରେ ପୁଅର ମୃତ୍ୟୁ


(ଉମରକୋଟ ରୁ ଏମ୍ ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ମଦ୍ୟପ ବାପା ର ଉନ୍ମୁକ୍ତ କାଣ୍ଡ !ଗୋଟିଏ କୋଦାଳ ରେ ନିଜର ୨୨ବର୍ଷୀୟ ପୁଅ କୁ ହତ୍ୟା କରି ଆତ୍ମସମର୍ପଣ କରିଛି ବାପା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବେଙ୍ଗଲୀ ଖାଣ୍ଡା ଗ୍ରାମରେ ।ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ସମୟରେ ବିପୁଲ ରାୟ ଅତ୍ୟଧିକ ମଦ ପିଇ ଥିବାବେଳେ ତାଙ୍କ ପୁଅ ସମୀରନ ରାୟ (୨୨)ଗୋଟିଏ କୁକୁଡ଼ା ଦୋକାନ ରେ କାମ ସାରି ଘରକୁ ଫେରିଥିଲେ।ସେହି ସମୟରେ ଉଭୟ ବାପା ଓ ପୁଅ ଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ ବାପା ବିପୁଲ ରାୟ ରାଗି ଯାଇ ନିକଟରେ ଥିବା ଏକ କୋଦାଳ ରେ ପୁଅ ସମୀରନ ଙ୍କ ବେକ ରେ ବାରମ୍ବାର ପ୍ରହାର କରିବାରୁ ଘଟଣାସ୍ଥଳ ରେ ହିଁ ସମୀରନ ଙ୍କ ମୃତ୍ୟୁ ଘଟିଥିଲା ଏବଂ ବାପା ବିପୁଲ ରାୟ ଉମରକୋଟ ଥାନା ରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ହତ୍ୟା ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।