May 14, 2026

ଉତ୍କଳମଣିଙ୍କ ନାମରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ

IMG-20240710-WA0041
Share

 

ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ଆଜି ୭୧ ୟୁନିଟ୍ ରକ୍ତ ମିଳିଛି ସମ୍ବଲପୁର ବ୍ଲଡ୍ ବ୍ୟାଙ୍କ କୁ।ଉତ୍କଳମଣିଙ୍କ ୯୬ ତମ ଶ୍ରାଦ୍ଧବାର୍ଷିକି ଅବସରରେ ସମ୍ବଲପୁର ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ସମାଜ ଖବର କାଗଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମୃତି ରକ୍ଷା ପାଇଁ ସମାଜ ପକ୍ଷରୁ ଏହା ଆୟୋଜନ ହୋଇଥିଲା।ସମାଜ ପରିବାର ପକ୍ଷରୁ ବିରାଜ ମିଶ୍ର(ରିଙ୍କୁ)ଏହାର ପରିଚାଳନା ଭାର ଗ୍ରହଣ କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ଅଧିକାରୀ,ସ୍ୱେଚ୍ଛାସେବୀ ସଂଗଠନର ବହୁ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ସମ୍ବଲପୁର ଜିଲ୍ଲାରେ ରକ୍ତର ଘୋର ଅଭାବକୁ ଦୂର କରିବା ନେଇ ଏଭଳି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

 

ଏଠାରେ ସୂଚନା ଯୋଗ୍ୟଯେ,ଗୋପବନ୍ଧୁ ଦାସଙ୍କ ପରି ଜଣେ ସମାଜସେବୀ ଆଜି ସମାଜରେ ବିରଳ ଦେଖିବାକୁ ମିଳୁଥିଲେ ମଧ୍ୟ ତାଙ୍କର ତ୍ୟାଗପୁତ ସେବାକୁ ଆଜିର ଆଧୁନିକ ସମାଜ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିବା ଲୋକଙ୍କ ଅଭାବ ନାହିଁ।ଯାହାକି ଆଜିର ଏହି ରକ୍ତଦାନ ଶିବିରର ରକ୍ତଦାତା ଓ ଉଦ୍ୟୋକ୍ତା ସାରା ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି।