May 14, 2026

ସପ୍ତର୍ଷି ପାହାଡ଼କୁ ଡଙ୍ଗରପଡା ସରପଞ୍ଚ ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମିଳିତ ଭାବରେ କଲେ ପରିଦର୍ଶନ

IMG-20240710-WA0019
Share

 

ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକ ଡଙ୍ଗରପଡା ପଞ୍ଚାୟତର ଭଣ୍ଡାରିମାଲ ଠାରେ ଥିବା ସପ୍ତର୍ଷି ପାହାଡ଼କୁ ଡଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା ଓ ଯୁଯୋମୁରା ବ୍ଳକର ଜଣାଶୁଣା ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମିଳିତ ଭାବରେ ପରିଦର୍ଶନ କରିଛନ୍ତି। ବୁଧବାର ଦିନ 1ଟା ସମୟରେ ଡଙ୍ଗରପଡା ଗ୍ରାମପଞ୍ଚାୟତ ପକ୍ଷରୁ ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା ଓ ଯୁଯୋମୁରା ବ୍ଳକର ଜଣାଶୁଣା ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମିଳିତ ଭାବରେ ସପ୍ତର୍ଷି ପାହାଡ଼କୁ ପରିଦର୍ଶନ କରି ଏହାକୁ ଅଧିକ ବିକଶିତ କରିବା ନେଇ ବିଭିନ୍ନ ପ୍ରସ୍ତାବ ଓ ଦିଗ ନେଇ ଆଲୋଚନା କରିଥିଲେ। ତେବେ ଏହି ପାହାଡ଼ ନିକଟକୁ ଯିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ରାସ୍ତା ସହ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାଷ ସହ ଅଧିକ ଉନ୍ନତୀକରଣ କାର୍ଯ୍ୟ କିଭଳି କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଡଙ୍ଗରପଡା ଗ୍ରାମପଞ୍ଚାୟତ ବୈଠକ ଏନେଇ ଠୋସ ଆଲୋଚନା ପରେ ଏନେଇ ବିକାଶ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରି ଯୁଯୋମୁରା ବ୍ଳକ ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଳି ଏହି ସପ୍ତର୍ଷି ପାହାଡ଼କୁ ପରିଦର୍ଶନ ସମୟରେ ଡଙ୍ଗରପଡା ପଞ୍ଚାୟତର ସରପଞ୍ଚ ସୁଚନା ଦେଇଛନ୍ତି।