May 10, 2026

ଚନ୍ଦନଯାତ୍ରା ମହୋତ୍ସବର ନବମସନ୍ଧ୍ୟା ରେ ଶ୍ରୀଜଗନ୍ନାଥ ଭଜନ ସନ୍ଧ୍ୟା

IMG-20260510-WA0039
Share

ତିର୍ତ୍ତୋଲ ତା 10/5/2026 ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ, କନକପୁର ଠାରେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ର ନବମସନ୍ଧ୍ୟାରେ, ଭୁବନେଶ୍ୱର, ଶ୍ରୀଜଗନ୍ନାଥ ଭଜନ ସନ୍ଧ୍ୟା ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ଅଜୟ କୁମାର ପାଣି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆସର ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ତ୍ରିଲୋଚନ ଦାସ, ସୁଦାମ ମହାପାତ୍ର, ସତ୍ୟଜିତ ବାରିକ, ପ୍ରୀତିପ୍ରଜ୍ଞl ମହାରଣା, ସୁଶ୍ରୀ ସଙ୍ଗୀତl ପ୍ରଧାନ ଓ ସୁଶ୍ରୀ ପ୍ରିୟଦର୍ଶିନୀ ନାୟକ ପ୍ରମ୍ମୁଖ ଅଂଶଗ୍ରହଣ କରି ସୁଲଳିତ ସ୍ବର ରେ ଭକ୍ତିସଙ୍ଗୀତ ପରିବେଷଣ କରି, ଶେଷ ଚନ୍ଦନଯାତ୍ରା କୁ ଆକର୍ଷଣୀୟ ଓ ଉତ୍ସବ ମୁଖରିତ କରିଥିଲେ l ଦିଲ୍ଲୀପ ବାରିକ, ସନାତନ ପାତ୍ର, ସୋମନାଥ ସାହୁ, ସୁଦର୍ଶନ ବେହେରା ଓ ଶବ୍ଦସଂଯୋଜନା ରେ ଶୁଭମ ସାଉଣ୍ଡ ବାଦ୍ୟପରିଚାଳନା କରି ଅପୂର୍ବ ସୁରଝଙ୍କାର ସୃଷ୍ଟି କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ତେବେ ଏହି ଅବସରରେ, ମହୋତ୍ସବକମିଟି ତରଫରୁ ଅନନ୍ତ ଚରଣ ରାଉଳ, ବିଶ୍ୱରଞ୍ଜନ ରାଉଳ, ମାଆଙ୍କ ପୂଜାପଣ୍ଡା ମହେନ୍ଦ୍ର କୁମାର ପଣ୍ଡା, କୁନୁନନା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ କର୍ମକର୍ତ୍ତାମାନେ, ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ଫଟୋଚିତ୍ର ଓ ମାଲ୍ୟାର୍ପଣ କରାଯାଇ, ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର