August 18, 2026

ଛଣମେରୀ ପଂଚାୟତ ହାଇସ୍କୁଲ ପରିସରରେ ରକ୍ତ ଦାନ ଶିବିର

IMG-20230510-WA0013
Share

ଛଣମେରୀ ପଂଚାୟତ ହାଇସ୍କୁଲ ପରିସରରେ ରକ୍ତ ଦାନ ଶିବିର । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସାନଖେମୁଣ୍ଡି ରେ ରକ୍ତ ଦାନ ଶିବିର ବୁଧବାର ଦିନ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଛାତ୍ର ବିଜେଡି ନେତା ସୁକୁମାର ପାତ୍ରଙ୍କ ଜନ୍ମ ଦିନ ଅବସର ରେ ସାନଖେମୁଣ୍ଡିର ଛଣମେରୀ ପଂଚାୟତ ହାଇସ୍କୁଲ ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ବରିଷ୍ଠ ବିଜେଡି ନେତା ତଥା ଓସକାର୍ଡ ବ୍ୟାଙ୍କ ପୂର୍ବତନ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ଯୁବ ବିଜେଡି ଗଂଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ l ଯୁବ ବିଜେଡି ବ୍ଲକ ସଭାପତି ତଥା ପୋଡାମାରୀ ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ, ୫୯ନମ୍ବର ଜୋନ୍ ର ଜ଼ିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପ୍ରଧାନ ଙ୍କ ସମେତ ତିରିଶି ଜଣ ରକ୍ତଦାନ ଦାନ କରିଛନ୍ତି l ଛାତ୍ର ବିଜେଡି ଜ଼ିଲ୍ଲା ସମ୍ପାଦକ ଧିରେନ କୁମାର ରଣା, ଛାତ୍ର ନେତା ଗୌରୀ ଶଙ୍କର ତ୍ରିପାଠୀ, ଭେଙ୍କଟ ରାଓ, କୈଳାସ ପଟ୍ଟନାୟକ , ଛଣମେରୀ ପଂଚାୟତ ସରପଞ୍ଚ ତପନ କୁମାର ସେଠି, ସମିତି ସଭ୍ୟ ବାବୁଲା ମଣ୍ଡଳ,ପୋଡାମାରି ସମିତି ସଭ୍ୟା ପ୍ରତିନିଧି ରାମେଶ୍ବର ପାତ୍ର, ଅର୍ଜୁନ ପାତ୍ର ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଶିବିରକୁ ସୂଚାରୁ ରୂପେ ସହଯୋଗ କରିଥିଲେ । ସାନଖେମୂଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed