May 10, 2026

ଶଙ୍ଖ ଭବନ ରେ ବିଶ୍ୱ ମହିଳା ଦିବସ ପାଳିତ ,

IMG-20250310-WA0004
Share

ଶଙ୍ଖ ଭବନ ରେ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ଵର ( ଦେବାଶିଷ ଦାଶ )

ମା ମାନଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ କାମ କରୁଛି.

ପଂଚାୟତ୍ତିରାଜ ଦିବସ ତାରିଖ ବଦଳାଇ ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛି

ମିଶନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚକ୍ରାନ୍ତ କରିଛି.

ମା ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ଡବଲ ଇଞ୍ଜିନ ସରକାର ବାହା ବା ନେଉଛି

୨୭ ଟଙ୍କା ରେ ମା ମାନେ ନିଜ ପରିବାର ପାଇଁ ଏକ ଲିଟର କ୍ଷୀର କିଣି

ପାରିବେକି?…ନବୀନ ପଟନାୟକ

ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ର ଅପଚେଷ୍ଟା କୁ ବିରୋଧୀ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ

ଆଜି ବିଶ୍ୱ ମହିଳା ଦିବସ।

ଏହି ଅବସରରେ ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କହିଥିଲେ ଯେ ମା ମାନେ ପରିବାରର ଶକ୍ତି। ସମାଜର ଶକ୍ତି ।

୧୯୯୦ ରେ ପ୍ରିୟ ନେତା ବିଜୁ ବାବୁ ମା ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମା ମାନଙ୍କ ପାଇଁ ପଞ୍ଚାୟତରେ ୩୩%ସଂରକ୍ଷଣ ରଖିଥିଲେ । ସରକାରୀ ଚାକିରୀରେ ମା ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ । ତାହା ଆଜି ସଫଳ ହୋଇଛି । ମା ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ପଞ୍ଚାୟତି ରାଜ ଅନୁଷ୍ଠାନ କୁ ମଜବୁତ୍‌ କରିଥିବା ଓ ମା ମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ Double Engine ସରକାର ଅପମାନିତ କରିଛନ୍ତି ବୋଲି ଶ୍ରୀ ପଟନାୟକ ଦୁଃଖ ପ୍ରକାଶ କରି ଥିଲେ. ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନକରାଗଲା ନାହିଁ ।ଶ୍ରୀ ପଟନାୟକ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ପଞ୍ଚାୟତ ଅନୁଷ୍ଠାନ ରେ ମା ମାନଙ୍କ ପ୍ରତିନିଧିତ୍ୱ କୁ ବୃଦ୍ଧି କରିଛନ୍ତି । ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭାରେ ମା ମାନଙ୍କ ପାଇଁ ୧/୩ ପ୍ରତିଶତ ପାଇଁ ବିଜେଡି ଲଢେଇ ଜାରି ରଖିଛି

ଆମର ମିଶନ ଶକ୍ତି କାର୍ଯ୍ୟକ୍ରମ ମା ମାନଙ୍କୁ ସଶକ୍ତ କରିଛି । ଆତ୍ମ ନିର୍ଭର କରିଛି । ଡବଲ ଇଞ୍ଜିନ ସରକାର ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମ କୁ ବନ୍ଦ ଚକ୍ରାନ୍ତ ବୋଲି ଶ୍ରୀ ପଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଭିମାନୀ ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରି ଶ୍ରୀ ପଟନାୟକ କହିଥିଲେ ଯେ

ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ କରୁଛନ୍ତି, କିନ୍ତୁ ମା ମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି ୨୭ ଟଙ୍କାରେ ମା ମାନେ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେକି ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ.

ମା ମାନେ ପରିଶେଷରେ ସୁଭଦ୍ରା ଯୋଜନାରୁ କିଛି ଉପକାର ପାଇବେ ନାହିଁ ବୋଲି ପ୍ରକାଶ କରି ମା ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡି ର ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ.

ବିଜୁ ଜନତା ଦଳ ମା ମାନଙ୍କ ରାଜନୈତିକ.ସାମାଜିକ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି ଓ ବିଜେଡି ର ଦୂତ ଭାବରେ ପ୍ରତି ପରିବାର କୁ ଦଳ ର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ.

ପ୍ରାରମ୍ଭ ରେ ଶ୍ରୀ ପଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମା ଦେବୀ,ମାଳତୀ ଚୌଧୁରୀ,ସରଳା ଦେବୀ,ପାର୍ବତୀ ଗିରି,ଶୈଳବାଳା ଦାସ ଓ ନାରୀ କବି କୁନ୍ତଳା କୁମାରୀ ସାବତ ଓ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ photo ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରି ସମ୍ମାନ ଜଣାଇଥିଲେ.

ଏହି ଅବସରରେ ଶ୍ରୀ ପଟନାୟକ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର,ଶ୍ରୀମତୀ କୁଞ୍ଜଳତା ସାମଲ,ଶ୍ରୀମତୀ ଓଜସ୍ୱିନୀ ମାହାର.ଶ୍ରୀମତୀ ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି ଡ଼କ୍ଟର ଶ୍ରୀମତୀ ରୋଜା ଘୋଷ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.

ଏହି କାର୍ଯ୍ୟକ୍ରମ ରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀମତୀ ସୁଲତା ଦେଓ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ.