ପାରିବାରିକ ଅଶାନ୍ତିରୁ ମହିଳାଙ୍କ ଆତ୍ମହତ୍ଯା 

hand
Share

 

ବୁଗୁଡା : ତା ୦୯/୧୦/୨୫ : ବୁଗୁଡ଼ା ଏନଏସି ଅନ୍ତର୍ଗତ ଦାଶ କଲୋନୀରେ ଜନୈକା ମହିଳା ଆତ୍ମହତ୍ୟା କରି ମୃତ୍ଯୁ ବରଣ କରିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ହେଲେ ଭୂଷଣ ଭୂୟାଁଙ୍କ ପତ୍ନୀ ମଞ୍ଜୁଳା ଭୂୟାଁ (୩୬)। ଘଟଣାରୁ ପ୍ରକାଶ ଯେ , ବୁଗୁଡା ବ୍ଲକ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରୁ ଆସି ସ୍ଥାନୀୟ ଦାଶ କଲୋନୀରେ ଏକ ଭଡା ଘରେ ରହୁଥିବା ମଞ୍ଜୁଳା ପାରିବାରିକ ଅଶାନ୍ତି କାରଣରୁ ଆଜି ପୂର୍ବାହ୍ନରେ ପାଇଖାନା ଘରେ ବେକରେ ଚୁନି ଲଗାଇ ଝୁଲି ପଡିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକେ ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଦାୟିତ୍ବରେ ଏସ୍ଆଇ ଜ୍ଯୋତିଶ୍ରୀ ସାହୁ ରହିଥିବା ଜଣାଯାଇଛି।