April 27, 2026

ବ୍ଲକ ସ୍ତରୀୟ ମୁକୁନ୍ଦପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ ।

IMG-20250809-WA0181
Share

କୋଲନରା (ସଞ୍ଜୀବ କଣ୍ଡାଗରୀ ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ମା ଜାକିରି ତାଲି ଆଦିବାସୀ ସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଆଦିବାସୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି | ମା ଜାକିରି ତାଲି ଆଦିବାସୀ ସଂଘର ବ୍ଲକ ସଭାପତି ଜାଲୁଦୁ କଣ୍ଡାଗରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କୋଲନରା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ପେଦେଣ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଦିବାସୀ ନେତା ଲେଙ୍କା କଣ୍ଡାଗରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ଆଦିବାସୀ ନେତା ଗୋପୀନାଥ ମୁଷୁକା, ରେଖାପଦର ସରପଞ୍ଚ ଗୋପାଳ ପିର୍ବାକା, କୋଲନରା ଲ୍ୟାମ୍ପ ସଭାପତି ସୁକୁରୁ ପିର୍ବାକା, କୋଲନରା ସମିତି ସଭ୍ୟ ରାଇସିଂ ତାଡିଙ୍ଗି, କାମେଶ୍ବର ମାଣ୍ଡାଙ୍ଗି, ନରସିଂହ କଣ୍ଡାଗରୀ, ନାରାୟଣ ବିଡିକା, ଚୌଧୁରୀ କଣ୍ଡାଗରୀ, ଜିଲ୍ଲା ଆଦିବାସୀ ସଂଘର ସଂଯୋଜକ ଧନପତି କଣ୍ଡାଗରୀ, କୋଲନରା ସରପଞ୍ଚ ପରମାନନ୍ଦ କଣ୍ଡାଗରୀ, କାଟିକଣା ସମିତି ସଭ୍ୟ ଅଜିତ ମାଣ୍ଡାଙ୍ଗି, ରାମଚନ୍ଦ୍ର କଣ୍ଡାଗରୀ, ଭୋଇମଡାର ପୂର୍ବତନ ସରପଞ୍ଚ ରାମାଞ୍ଜୁଲ ମାଣ୍ଡାଙ୍ଗି, ବାଙ୍କିଲିର ପୂର୍ବତନ ସରପଞ୍ଚ ବିଶିକେଶନ କଣ୍ଡାଗରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରଥମେ ସମସ୍ତେ ଏକତ୍ରିତ ହୋଇ ମୁକୁନ୍ଦପୁର ସ୍ଥିତ ହାଟପଦା ଠାରୁ ବିଭିନ୍ନ ସ୍ଲୋଗାନ ସହ ପାରମ୍ପରିକ ବେଶ ପୋଷାକ ପିନ୍ଧି ନାଚଗୀତରେ ଏକ ଶୋଭଯାତ୍ରାରେ ବାହାରି ମୁଖ୍ୟ ବଜାର ଦେଇ ମା ଜାକିରି ତାଲି ଆଦିବାସୀ ସଂଘ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା | ପ୍ରାରମ୍ଭରେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାଏକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | କିଛି କୁଜିନେତା ମାନଙ୍କ କଥାରେ ପଡି ନିରୀହ ଆଦିବାସୀ ମାନେ ଶୋଷଣର ଶିକାର ହେଉଛନ୍ତି | ତେଣୁ ସମୟ ଆସିଛି ସମସ୍ତେ ଏକତ୍ରିତ ହୋଇ ଆଦିବାସୀଙ୍କ ମୌଳିକ ଅଧିକାର ପ୍ରତି ସବୁବେଳେ ସମସ୍ତେ ଏକ ହୋଇ ଲଢେଇ କରିବା ସହ ସଂଗଠନକୁ ଗ୍ରାମ୍ୟ ସ୍ତରରୁ ରାଜ୍ୟ ସ୍ତରରେ ଅଧିକରୁ ଅଧିକ ସୁଦୃଢ କରିବା ଦିଗରେ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵନାଥ ଉଲାକା ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ | ଏଥିରେ ମା ଜାଙ୍କିରି ତାଲି ଆଦିବାସୀ ସଂଘର ସମ୍ପାଦକ ଶିବ କଣ୍ଡାଗରି, ଅଭିରାମ ଉର୍ଲାକା, ବିଶ୍ଵନାଥ ହାରାକା, ଗୁମେଲ ସାରକା, ଲୋକନାଥ କଣ୍ଡାଗରୀ, ନବୀନ ମାଣ୍ଡାଙ୍ଗୀ, ଲକ୍ଷ୍ମଣ ପେଦେଣ୍ଟି ଓ ଅନାଦି କୁମୁରିକା ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁକୁନ୍ଦପୁର ଅଞ୍ଚଳ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପାଖାପାଖି ୧ ହଜାରରୁ ଉର୍ଦ୍ଧ ଉଭୟ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ |