April 27, 2026

ବିଦ୍ୟୁତ୍ ବିଭାଗର ଅଣଦେଖା ଯୋଗୁଁ ମଣିଷ ସହିତ ଗାଈ ର ଜୀବନ ଗଲା ..

IMG-20250809-WA0184
Share

ତିର୍ତ୍ତୋଲ ତା ୯/୮/୨୦୨୫ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, କନକପୁର ଦେଉଳି ଗ୍ରାମ ର ସାରଦା ପ୍ରସାଦ ନାୟକ ( କମଳ) ୫୮ ବର୍ଷ ଗତ ଶନିବାର ଦିନ ପୂର୍ବାହ୍ନରେ ନିଜର ଗାଈ କୁ ବିଲରୁ ଆଣିବାକୁ ଯିବାବେଳେ , ଏକ ବିଦ୍ୟୁତ ଟ୍ରାଂସ ମିଟର ଖୁଣ୍ଟ ନିକଟରେ , ଠାକୁରାଣୀ ଯୋର ରେ ତାଙ୍କର ପାଳିତ ଗାଈ ଟି ମରିଯାଇ ପଡିଥିବାର ଦେଖିଲା ପରେ, ଗାଈ କୁ ଉଦ୍ଧାର କରିବା ପାଇଁ ବିଲଭିତରେ ପଶିଯାଇଥିଲେ । ଖବର ଅନୁଯାଇ ବିଦ୍ୟୁତ୍ ବିଭାଗର ଅଣଦେଖା ଓ ଅବହେଳା ଯୋଗୁଁ ଦୀର୍ଘ ବର୍ଷ ଧରି ଏଠାରେ ବିଦ୍ୟୁତ୍ ତାର ଟି ଝୁଲି ରହିଥିଲା। ଅନୁମାନ କରାଯାଉଛି , ଗାଈ ର ଶିଙ୍ଗ ବାଜି ଏହି ବିଦ୍ୟୁତ୍ ତାର ଟି ଛିଣ୍ଡି ଯିବାରୁ ପାଣିରେ ବୁଡ଼ି ଯାଇଥିଲା। ତେଣୁ ପାଣିରେ କରେଣ୍ଟ ଚାର୍ଜ ହେବାରୁ ଗାଈ ଟି କରେଣ୍ଟ ଖାଇ ମରିଯାଇଥିଲା । ଆଉ ସେହି ପାଣିରେ ଗାଈ କୁ ଉଦ୍ଧାର କରିବାକୁ ଯିବାବେଳେ କମଳ ମଧ୍ୟ ସେଠାରେ କରେଣ୍ଟ ଖଇ ମରିଯାଇଥିଲା । ସର୍ଵପ୍ରଥମେ ସେହି ଗ୍ରମର ସୁକାନ୍ତ ସେଠୀ ଓ ତାଙ୍କ ଭଉଣୀ ଆଶାଲତା ସେଠୀ ବିଲକୁ ମଜୁରିଆ ଙ୍କ ପାଖକୁ ଯିବା ସମୟରେ ଗାଈ ସହିତ କମଳ ଯୋର ଭିତରେ ମରି ପଡିଥିବାର ଦେଖି ସୁକାନ୍ତ ( ବବି) ବିଲ ଭିତରକୁ ପଶିଯିବାବେଳେ, ଇଲୋ ବୋଉଲୋ ବୋଲି ପାଟି କରିବାରୁ, ତାର ଭଉଣୀ ଆଶାଲତା ତା ହାତକୁ ଧରି ଯୋରରେ ଝିଙ୍କି ଆଣିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା ବବି । ସେମାନେ ଯାଇ ଗାଁ ରେ ଖବର କହିବାରୁ, ଘଟଣା ସ୍ଥଳରେ ମୃତକ କମଳ ଙ୍କ ପରିବାର ଲୋକଙ୍କ ସହିତ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସେଠାରେ ରୁଣ୍ଡ ହୋଇଥିଲେ। ଖବର ଦେବାର ବହୂସମୟ ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ସେହି ଲାଇନ୍ କୁ କାଟି ଦେଇଥିଲେ । କେବଳ ସେଠାରେ ନୁହେଁ , ସାରଳାହାଟ ନାରାୟଣ ଭଟ୍ଟ ଙ୍କ ଘର ଠାରୁ ବି ଏସ ଏନ୍ ଲ ଟାୱାର ପର୍ଯ୍ୟନ୍ତ ଇଲେଭେନ୍ କେ ଭି ଲାଇନ୍ ତାର ଓ ୧୨ ନମ୍ବର ସାରଳା କେନାଲ ପାର୍ଶ୍ୱରେ ଗୋବରା ପର୍ଯ୍ୟନ୍ତ ନିକଟରେ ବସାଯାଇଥିବା ସିମେଣ୍ଟ ନିର୍ମିତ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ନଇଁ ଯାଇ ଚାଷ ଜମି ବିଲ କୁ ଝୁଲି ରହିଚି ଇଲେଭିନ କେଭି ଇଲେକ୍ଟ୍ରୀ ତାର। ଯେଉଁଥି ପାଇଁ ବର୍ତ୍ତମାନ ଚାଷବାସ ସମୟରେ କେତେବେଳେ କାହାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ଯିବ ସେ କଥା କିଏ କହିବ ? ତେବେ ବିଦ୍ୟୁତ୍ ବିଭାଗର ବିଭାଗୀୟ ଯନ୍ତ୍ରୀ ଓ ପଦସ୍ଥ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଓ ଅଣଦେଖା ଯୋଗୁଁ ଏସବୁ ର ଆବଶ୍ୟକୀୟ ମରାମତି ହେଉନଥିବାରୁ ସ୍ଥାନୀୟ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ଅପର ପକ୍ଷରେ ଯେଉଁ ଗହ୍ମାପୂର୍ଣ୍ଣିମା ଦିନ ଗୋମାତା ଙ୍କ ପୂଜାର୍ଚ୍ଚନା କରାଯାଇଥାଏ , ସେହିଭଳି ପବିତ୍ର ଦିନ ରେ ଗୋମାତା ଙ୍କ ଏପରି ଦୁଃଖ ଦାୟକ ମୃତ୍ୟୁ ଘଟଣା ମଧ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ଏହି ଘଟଣାରେ ମୃତ କମଳ ଙ୍କ ବଡ଼ପୁଅ ବିରଞ୍ଚି ନାୟକ ( ଡୋରା ) ଏ ବିଷୟରେ କନକପୁର ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହିତ ଶବବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅପରାହ୍ନ ୪ ଟା ବେଳେ ଏହି ଅଘଟଣ ଘଟିଥିଲା ବେଳେ ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶ୍ରମ ବାହିନୀ ଓ ପୋଲିସ ଏଠାରେ ପହଞ୍ଚି ଉଦ୍ଧାର କରିବା ଆରମ୍ଭ କରିଛି। ମାତ୍ର ବିଦ୍ୟୁତ୍ ବିଭାଗର ଅପାରଗତା ଓ ଅବହେଳା କୁ ଦାୟୀ କରି କନକପୁର ଦେଉଳି ଗ୍ରାମ ବାସୀ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ମାଆ ସାରଳା ଙ୍କ ପ୍ରାଚୀନ ପୀଠ ସ୍ଥଳି ବଡସାରୋଳ ( ହରିପୁର ) ଗ୍ରାମର ଲଣ୍ଡାଦେଉଳ ନିକଟରେ ମୃତବ୍ୟକ୍ତିଙ୍କ ପରିବାର ବର୍ଗ ଙ୍କୁ ଆବଶ୍ୟକୀୟ କ୍ଷତି ପୂରଣ ପ୍ରଦାନ ଦାବୀରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଜଗତସିଂହପୁର ଓ ଜୟପୁର ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଥିଲା।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା